ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଆଇନ ଜାଲରେ ଫସିଲେ ଅଲ୍ଲୁ ଅର୍ଜୁନ୍‌

ଆଇନ ଜାଲରେ ଫସିଲେ ‘ପୁଷ୍ପା’ ଓରଫ ଅଲ୍ଲୁ ଅର୍ଜୁନ। ଏହି ସାଉଥ ସୁପରଷ୍ଟାରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ହାଇଦ୍ରାବାଦ ପୁଲିସ ତାଙ୍କ ନାଁରେ କାଟିଛି ଚାଲାଣ।

କଳା ରଙ୍ଗର କାଚ ଥିବା କାର୍‌ରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କୁ ମହଙ୍ଗା ପଡିଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୁଲିସ ମୋଟା ଅଙ୍କର ଚାଲାଣ କାଟିଛି। ଅଲ୍ଲୁଙ୍କୁ ୭୦୦ ଟଙ୍କାର ଜରିମାନା ଭରିବାକୁ ପଡିଛି।

ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ଲ୍ୟାଣ୍ଡ ରୋଭର ରେଞ୍ଜ ରୋଭର ଲଗ୍‌ଜୁରୀ ଏସ୍‌ୟୁଭି କାର୍‌ରେ କଳା ରଙ୍ଗର କାଚ ଲଗାଇଥିଲେ। ଏହାପରେ ହାଇବ୍ରାଦାର ବିଜି ସେଣ୍ଟର ରୋଡ୍‌ରେ ଏହା ଦେଖି ତାଙ୍କ କାର୍‌କୁ ଅଟକାଇଥିଲା ପୁଲିସ। ଏହାପରେ କାର୍‌ରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ କଟିଥିଲା ଚାଲାଣ। ତେବେ ଯେତେବେଳେ ଚାଲାଣ କଟିଥିଲା ସେତେବେଳେ କାର୍‌ରେ ଅଲ୍ଲୁ ଅର୍ଜୁନ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳିନାହିଁ।

ସୂଚନା ମୁତାବକ,  ଗାଡି ଗୁଡିକରେ ଟିଣ୍ଟେଡ୍‌ ଗ୍ଲାସ ବ୍ୟତୀତ ସନ୍‌ ଫିଲ୍ମ ଭଳି ଅନ୍ୟାନ୍ୟ ବିକଳ୍ପ ବ୍ୟବହାର କରାଯାଇପାରିବ ନାହିଁ ବୋଲି ୨୦୧୨ ସୁପ୍ରିମକୋର୍ଟ ଏକ ନିୟମ ପାରିତ କରିଥିଲେ। କାର୍‌ ଗୁଡିକ ଟ୍ରାନ୍ସ ପରାଣ୍ଟ କାଚ ଲାଗିବ। ଯଦି ଏଥିରେ କିଏ ଖିଲାପ କରନ୍ତି ତେବେ ତାଙ୍କୁ ଜରିମାନା ମଧ୍ୟ ଭୋଗିବାକୁ ପଡିବ।

ଉଲ୍ଲେଖଯୋଗ୍ୟ ଯେ, ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଏହାର ସେକେଣ୍ଡ ପାର୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଲୋକେ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତର ସହ ଅପେକ୍ଷା କରି ରହିଛନ୍ତି।

Related posts

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Halchal

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରା

Odisha Halchal

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

Leave a Comment