ଓଡ଼ିଶା ଖବରନ୍ୟୁଜ୍

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

କୃଷକଙ୍କ ପର୍ବ ଅକ୍ଷୟ ତୃତୀୟାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ । ମୋଟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଆଜି ଏହି ଟଙ୍କା କ୍ରେଡିଟ୍‌ ହୋଇଛି । ରାଜ୍ୟ ରାଜକୋଷରୁ ଏଥିପାଇଁ ୮ ଶହ ୪ କୋଟି ଟଙ୍କା ପଠାଯାଇଛି ।

ଚାଷୀଙ୍କୁ କାଳିଆ କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକ୍ଷୟ ତୃତୀୟା ଅବସରରେ ଏହି ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ୮୦୪ କୋଟି ଟଙ୍କା ।

ଏହି ସହାୟତା ଫଳରେ ଏଥିରେ ୪୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ଚାଷୀଙ୍କୁ ମୁଣ୍ଡ ପିଛା ୨ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଇଛି ।

ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ବଣ୍ଟନ କରିଛନ୍ତି । ଏନେଇ ୮ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ସହାୟତା ମିଳେ । ପ୍ରତିବର୍ଷ ଅକ୍ଷୟ ତୃତୀୟା ଏବଂ ନୂଆ ଖାଇରେ ଚାଷୀଙ୍କ ଆକାଉଣ୍ଟକୁ ସରକାର ଏହି ଟଙ୍କା ପଠାଇଥାନ୍ତି ।

Related posts

ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାର ଙ୍କ ବିଶାଳ ଗଣ ଧାରଣା

Odisha Halchal

ପୁଲିସ ସଂମୁଖରେ ଗୁଳିକାଣ୍ଡ!

Odisha Halchal

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

Leave a Comment