ଅପରାଧଓଡ଼ିଶା ଖବରନ୍ୟୁଜ୍

ହତ୍ୟା ପଛରେ ରହିଛି କି ଏହି ଭିଡିଓ, ଶର୍ମିଷ୍ଠାଙ୍କ ପରେ ପୁରୀ ସି ବିଚରେ ନିରଞ୍ଜନଙ୍କ ଭିଡିଓ ଭାଇରାଲ,

କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବନ୍ଧା ହୋଇ ସାରିଥିବା ସତ୍ତ୍ୱେ ସେମାନଙ୍କ ନିକଟରୁ ସତ ଉଗାରିବାକୁ ନାକେଦମ ହେଉଛି କ୍ରାଇମବ୍ରାଞ୍ଚ । ଗତକାଲି ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ରିମାଣ୍ଡରେ ନେଇ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଘନ ଘନ ଜେରା କରାଯିବା ପରେ ଆଜି ହୋଇପାରେ ମୁହାଁମୁହିଁ ଜେରା। ମାସନ ହତ୍ୟା ପଛରେ ଲୁଚି ରହିଥିବା ମେମୋରି ଚିପ୍‌ ପାଇବାକୁ କ୍ରାଇମବ୍ରାଞ୍ଚ ଚଲାଇଛି ତନାଘନା। ହେଲେ ଏ ଯାଏ ତାହାର ଟେର ପାଇପାରିନି।

ତେବେ ଇତି ମଧ୍ୟରେ ଅଭିଯୁକ୍ତଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଗତକାଲି ଶର୍ମିଷ୍ଠାଙ୍କ ଭିଡିଓ ଭାଇରାଲ ହୋଇଥିବା ବେଳେ ଆଜି ଆସିଛି ପୂର୍ବତନ ଓଆଇଏସ୍‌ ନିରଞ୍ଜନ ସେଠୀଙ୍କ ଭିଡିଓ।

ପୁରୀ ସି ବିଚରେ ନିରଞ୍ଜନଙ୍କ ଏକ ଭଜନର ସୁଟିଂ ବେଳର ଭିଡିଓ ସାମନାକୁ ଆସିଛି।  ଏହି ଭିଡିଓରେ ଏକ ଅଚେତ ଶିଶୁକୁ କୋଳରେ ଧରି ନିରଞ୍ଜନ ସମୁଦ୍ରରୁ ଆସୁଥିବା ବେଳେ ମନ୍ଦିରରେ  ଶିଶୁର ଶୁଭ ମନାସୀ ଗୁହାରୀ ଜଣାଉଛନ୍ତି। ଏକ ଭିଡିଓ ପାଇଁ ମାନସଙ୍କୁ ହତ୍ୟା କରାଯାଉଥିବା ଆଲୋଚନା ହେଉଥିବା ବେଳେ ଏହା କିନ୍ତୁ ସେହି ଭିଡିଓ ବୋଲି ବିଶ୍ୱାସ ହେଉନି।  କାରଣ ଏହା ଧାର୍ମିକ ଭାବନା ସମ୍ପନ୍ନ ଏକ ଭିଡିଓ ହୋଇଥିବା ବେଳେ ଏଥିରେ ବେଶ ନିପୁଣ ଅଭିନୟ କରିଛନ୍ତି ପ୍ରଶାସନିକ ପଦରେ ଥିବା ନିରଞ୍ଜନ  ।

ଏହା ପୂର୍ବରୁ ଗତକାଲି ଶର୍ମିଷ୍ଠାଙ୍କ ଫେରାର ପୂର୍ବର ଏକ ଭିଡିଓ ଭାଇରାଲ ହୋଇଥିଲା ।  ଯେଉଁଥିରେ ମାନସଙ୍କ ସହ ଚାନ୍ଦବାଲି ଯାଇଥିବା ସହଯୋଗୀ କ୍ୟାମେରାମ୍ୟାନ୍ ଦୀପକ ଓ ଶର୍ମିଷ୍ଠା ମଧ୍ୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । କୁହାଯାଉଛି, ଏହି ଭିଡ଼ିଓ ହେବା ଆଗରୁ ମାନସଙ୍କ ମୃତ୍ୟୁ ହୋଇସାରିଥିଲା । ଭିଡ଼ିଓଟି ମାର୍ଚ୍ଚ ୧ ତାରିଖର । ମାନସଙ୍କ ସହଯୋଗୀ ଦୀପକ ହିଁ ଏହି ଭିଡ଼ିଓ କରିଥିବା ଚର୍ଚ୍ଚା ହେଉଛି । ଭିଡ଼ିଓରେ ଦୟାଲ ଆଶ୍ରମ ବାହାରେ ଦୀପକ, ତାଙ୍କ ମା’ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଭିଡ଼ିଓରେ ଅଣ୍ଡରଟେକିଂ ଲେଖାଇଥିବା କଥା କହୁଛନ୍ତି, ସେହିପରି ମେମୋରି ଚିପ୍ ନେଇଥିବା କଥା ବି କହୁଛନ୍ତି ଶର୍ମିଷ୍ଠା । ୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ବିଧାୟକ ଙ୍କ ବିରୋଧ ରେ ଯୌନ ନିର୍ଯାତନା

Odisha Halchal

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

Leave a Comment