ଅପରାଧଓଡ଼ିଶା ଖବରନ୍ୟୁଜ୍

ସୁବର୍ଣ୍ଣପୁରରେ ଲାଗିଲା ମାଓ ପୋଷ୍ଟର

ସୁବର୍ଣ୍ଣପୁରରେ ଲାଗିଲା ମାଓ ପୋଷ୍ଟର

ସୁବର୍ଣ୍ଣପୁର:- (ରିପୋର୍ଟ-ମଣ୍ଟୁମନ୍ତ୍ରା)ବୌଦ୍ଧ ପରେ ଏବେ ସୁବର୍ଣ୍ଣପୁରରେ ଲାଗିଲା ମାଓ ପୋଷ୍ଟର । ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ତେଲନଦୀ ସେତୁ ନିକଟରେ ଲାଗିଛି ପୋଷ୍ଟର ।

ତେବେ ତାହା ପ୍ରକୃତରେ ମାଓ ପୋଷ୍ଟର ନା ଅଲଗା କେହି ଲଗାଇଛି କିଛି ସ୍ପଷ୍ଟ ଜଣା ପଡି ନାହିଁ । ନିଜ ଜମିରେ ନିଜେ ଗଞ୍ଜାଇ ଚାଷ କରିବା ନେଇ ପୋଷ୍ଟରରେ ଅପିଲ କରିଛି କେକେବିଏନ ଡିଭିଜନାଲ କମିଟି । ଦୁଇ ଦିନ ତଳେ ଏଭଳି ସମାନ ଡଙ୍ଗରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଂଚଳରେ ମଧ୍ୟ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା ।

ତେବେ ପୋଷ୍ଟର ଟି ମାଓ ସଂଗଠନ ଲାଗାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇଁ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଂଚିବା ସହ ପୋଷ୍ଟରକୁ ହାତେଇବା ସହ ଅନୁସନ୍ଧାନ ଜାରୀ ରଖିଛି।

Related posts

ଆଖୁ ଚାଷ ପାଇଁ ମୁହ ଫେରାଉ ଛନ୍ତି ଚାଷୀ

Odisha Halchal

ଶିଉନି ଗ୍ରାମରେ ଶିଉନି ଚାମ୍ପିୟାନ କପ ଫୁଟବଲ

Odisha Halchal

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ମହିଳାଙ୍କ ସଚେତନତା

Odisha Halchal

Leave a Comment