ଓଡ଼ିଶା ଖବରନ୍ୟୁଜ୍

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର:-(ରିପୋର୍ଟ :-ମଣ୍ଟୁମନ୍ତ୍ରା)ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଠାରେ ACF ଶ୍ରୀଯୁକ୍ତ ପ୍ରଫୁଲ୍ଲ ଧରୁଆ ଙ୍କ ସଭାପତିତ୍ୱରେ ଗଜ ସାଥି କାର୍ଯ୍ୟକ୍ରମ ଅନିଷ୍ଠିତ ହୋଇଥିଲା ।ସୁବର୍ଣ୍ଣପୁର ବନଖଣ୍ଡ ଅଧିକାରୀ ଶ୍ରୀଜୁକ୍ତ ନିତିଷ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ଚଳିତ ବର୍ଷ ପ୍ରଥମ କରି ସୁବର୍ଣ୍ଣପୁର ଜିଲ୍ଲାରେ ଗଜ ସାଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବନଖଣ୍ଡର ପ୍ରତ୍ୟେକ ଗ୍ରାମରୁ ୫ ଜଣ ଲେଖାଏଁ ସ୍ୱେଛ୍ଛାସେବୀ ଯୁବକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ବିଭିନ୍ନ ସମୟରେ ଯେତେବେଳେ ହାତି ମାନେ ଗାଁ ମୁହାଁ ହେଉଛନ୍ତି ଫସଲ ନଷ୍ଟ କରିବା ସହିତ ଅନେକ ସମୟରେ ଘର ମାନେ ମଧ୍ୟ୍ୟ ଭାଙ୍ଗି ଦେଉଛନ୍ତି ଯଦି ଆମେ ତାଙ୍କୁ ବାଧା ଦେବା ତାହେଲେ ସେମାନେ ଲୋକ ମାନଙ୍କୁ ମଧ୍ୟ୍ୟ ଆକ୍ରମଣ କରିବାର ସମ୍ଭାବନା ଅଛି ।ଯଦି ହାତି ଫସଲ ନଷ୍ଟ କରୁଛନ୍ତି ତାହେଲେ ବନ ବିଭାଗ ପକ୍ଷରୁ ସେମାନଙ୍କୁ କ୍ଷତି ପୁରଣ ଦିଆ ଯାଉଥିବା କଥା କହିଥିଲେ ବନଖଣ୍ଡ ଅଧିକାରି ।ତେଣୁ ବିଭିନ୍ନ ଗ୍ରାମରେ ସ୍ୱେଛ୍ଛାସେବୀ ମାନଙ୍କୁ ତାଲିମ ଦିଆଯାଉଛି ଯାହାଦ୍ୱାରା କି ହାତି ଆତଙ୍କ ରୋକାଯାଇ ପାରିବ ।ସ୍ୱେଛ୍ଛାସେବୀ ମାନଙ୍କୁ ଡ୍ରେସ ଲାଇଟ ଇତ୍ୟାଦି ଯୋଗାଇ ଦିଆଯିବ ।

ଆଗକୁ ପ୍ରତ୍ୟେକ ବନାଞ୍ଚଳ ଅଞ୍ଚଳରେ ତାଲିମ୍ ଦିଆଜିବ ବୋଲି କହିଥିଲେ ।ଯଦି ଗ୍ରାମାଞ୍ଚଳ ଅଞ୍ଚଳରେ ହାତି ଦେଖନ୍ତି ତାହେଲେ ସଙ୍ଗେ ସଙ୍ଗେ ଗ୍ରାମରେ ଗଜସାଥି ସଂଗଠନ କିମ୍ବା ବନ ବିଭାଗକୁ ନିବେଦନ କରିଥିଲେ ବନଖଣ୍ଡ ଅଧିକାରୀ ନିତିଷ କୁମାର୍ବ ।ନଖଣ୍ଡ ଅଧିକାରୀ ତଥା ଗଜସାଥି ମାନଙ୍କ ଦ୍ୱାରା ଏକ ରାଲି କରା ଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ସ୍ୱେଛ୍ଛାସେବୀ ତାଲିମ୍ ନେଇଥିବା ବେଳେ ବୀରମହାତାଜପୁର/ଉଲୁଣ୍ଡା/ବିନିକା/ସୁବର୍ଣ୍ଣପୁର ବନାଞ୍ଚଳ ଅଧିକରୀଙ୍କ ସମେତ ସମସ୍ତ ବନପାଳ ଉପସ୍ଥିତ ଥିଲେ ।ସୁବର୍ଣ୍ଣପୁର ବନାଞ୍ଚଳ ଅଧିକାରୀ ମନରଂଜନ ବାଘ ସ୍ୱାଗତ ଭାଷଣ ଦେଇଥିବା ବେଳା ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ୍ ବରିହା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

ବାତ୍ୟା: ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,

Odisha Halchal

କାହାଣୀ ସମାନ, ଛତିଶଗଡର ଦାନ ମାଝୀ ‘ଈଶ୍ୱର

Odisha Halchal

ମୁନିଗୁଡା ପ୍ରେସ କ୍ଲବର ଶାନ୍ତିପୂର୍ଣ ଭାବେ କଳାବ୍ୟାଜ ପରିଧାନ l

Odisha Halchal

Leave a Comment