ଅପରାଧଓଡ଼ିଶା ଖବରନ୍ୟୁଜ୍

ମିଳିଲା ସଫଳତା,ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ

ମିଳିଲା ସଫଳତା,ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ

ଦୁଇ ଲୁଟେରାଙ୍କୁ ଗିରଫ ସହ ୧ କେଜି ୩୫୩ ଗ୍ରାମର ରୂପାଇଟା, ୬୦୦ ଗ୍ରାମର ରୂପା ଓ ୧୪ ଗ୍ରାମର ସୁନା ଅଳଙ୍କାର ଜବତ କଲା ଜଗତପୁର ପୋଲିସ ।

ଜଗତପୁର ଥାନା ଅଧିନ ଆଇବିରୋଡ ସ୍ଥିତ ବାସନ୍ତୀ ଦୁର୍ଗା ଜୁଏଲାରୀ ଗତ ଜୁଲାଇ ୨୩ ତାରିଖରେ ରାତିରେ କିଛି ଦୃବୃର୍ତ୍ତ ଦୋକାନ ଆଜବେଷ୍ଟ ଭାଙ୍ଗି ଓ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ ।

ଏ ନେଇ ଜୁଏଲାରୀ ମାଲିକ ଦୟାନିଧି ସାହୁଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହା ପରେ ଦୁଇ ଲୁଟେରାଙ୍କୁ ଗିରଫ ସହ ୧ କେଜି ୩୫୩ ଗ୍ରାମର ରୂପାଇଟା, ୬୦୦ ଗ୍ରାମର ରୂପା ଓ ୧୪ ଗ୍ରାମର ସୁନା ଅଳଙ୍କାର ଜବତ କରିଥିଲା ପୋଲିସ୍ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନିଲ ଦାସ ଓରଫ ଘାଣ୍ଟୁଆ (୨୬) ଏବଂ ରଞ୍ଜନ କୁମାର ପୃଷ୍ଟି ଓରଫ ପିଙ୍କୁ (୪୦) । ଦୁଇ ଅଭିଯୁକ୍ତ ଅନିଲ ଓ ରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଗତପୁର ପୋଲିସ ।

Related posts

ଫେସବୁକରେ ଲାଇଭ କରି ଆତ୍ମହତ୍ୟା

Odisha Halchal

ସୌଣ୍ଢିକ ସେବା ସଂଘର ରାଜ୍ୟପ୍ରଦେଶ କମିଟିର ସଭାପତି ରାୟଗଡା ଗ୍ରସ୍ତ

Odisha Halchal

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

Odisha Halchal

Leave a Comment