ଅପରାଧଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତ ଅରିଲୋ ଗାଁରେ ଜଣେ ମହିଳାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ହେମଲତା ପାଣିଗ୍ରାହୀ। ମୃତଦେହ ନିକଟରେ ପଥର ପଡ଼ିଛି।

ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି  ଏହି ହତ୍ୟାକାଣ୍ଡ  ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ହେମଲତା ସ୍ୱାମୀ ଭୀମସେନ ପାଣିଗ୍ରାହୀ କହିଛନ୍ତି, ମୁଁ ପରିବା ବିକ୍ରି କରିବାକୁ ହାଟକୁ ଯାଇଥିଲି। ମୁଁ ରାତି ପ୍ରାୟ ୧ଟା ବେଳେ ଘରେ ପହଞ୍ଚିଲା ବେଳକୁ  ହେମଲତା ଘରେ ନଥିଲେ। ତା’ ପରେ ପୁଅ ଓ ମୁଁ ତାଙ୍କୁ ବହୁତ ଖୋଜାଖୋଜା କରିଥିଲୁ, ହେଲେ ପାଇ ନଥିଲୁ। ପରେ ପୁଅ ମେଲଣ ପଡ଼ିଆରେ ମୃତଦେହ ପଡ଼ିଥିବା ଦେଖିଥିଲା। ମୋ ପୁଅ ଗୋଟିଏ ଝିଅକୁ ନେଇ ଆସିଛି। ତାର ପରିବାର ଲୋକେ ଏପରି କରିଛନ୍ତି। ମୁଁ  ଏନେଇ ଥାନାରେ ଅଭିଯୋଗ କରିଛି।

 

Related posts

ପୁଟିନ ଫିନଲ୍ୟାଣ୍ଡ ଏବଂ ସ୍ବିଡେନକୁ ନାଟୋରେ ନ ସାମିଲ ହେବାକୁ ଚେତାବନୀ

Odisha Halchal

୪୧କେଜି ୪୫ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

Leave a Comment