ଅପରାଧଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କ ଅନିଚ୍ଛା ସତ୍ୱେ ଦୀର୍ଘ 80 ଦିନ ଧରି ତାନ୍ତ୍ରିକ ର ଦୁଷ୍କର୍ମ ର ଶିକାର

ମହିଳାଙ୍କ ଅନିଚ୍ଛା ସତ୍ୱେ ଦୀର୍ଘ 80 ଦିନ ଧରି ତାନ୍ତ୍ରିକ ର ଦୁଷ୍କର୍ମ ର ଶିକାର

ବାଲେଶ୍ୱର:-(ରିପୋର୍ଟ -ସୌରଭ ରାଉଳ)କୁହାଯାଏ ଶାଶୁ ମାଆ ସାମନ । ଶାଶୁ ଯେ ଏତେ ନୃଶଂସ ହୋଇଯାଏ । ନିଜ ପୁତ୍ର ବଧୁକୁ ଅପହରଣ କରିବା ସହ ବହୁ ସହ ଦୁଷ୍କର୍ମ କରାଇବା ପଛରେ ହେଉଛନ୍ତି ମୁଖ୍ୟ କାର୍ପତଦାର ।ଆଉ ତାନ୍ତ୍ରିକ ସହ ମିଶି ନିଜ ବହୁର ଜୀବନ କୁ ଛାର କରିବାର ଯୋଜନା କରିଥିବା ଅଭିଯୋଗ ହୋଇଛି । ଅମାନବୀୟ -ନୃଶଂସ-ଜଘନ୍ୟ । ନିର୍ଯାତନା ର ସବୁ ସୀମାକୁ ବଳିଗଲା । ପାରିବାରିକ କଳହରୁ ଅନ୍ଧବିଶ୍ୱାସ , ଅନ୍ଧବିଶ୍ୱାସର ଫାଟ ଭିତରେ ପ୍ରବେଶ ହୁଏ ତାନ୍ତ୍ରିକ ।

ତାନ୍ତ୍ରିକ ବିଶ୍ୱାସ ବଶବର୍ତ୍ତି ହୋଇ ଦୀର୍ଘ 80 ଦିନର ଦୁଷ୍କର୍ମ ସହ ଶାରୀରିକ ,ମାନସିକ ଏବଂ ପାଶବିକ ନିର୍ଯାତନା ହୋଇଥିବା ପୀଡିତା ଅଭିଯୋଗ କରିଛନ୍ତି। ଏବେ ନ୍ୟାୟ ପାଇଁ ଜଳେଶ୍ବର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଏବେ ନଜର ପକାନ୍ତୁ ଘଟଣା ଉପରେ ଜଳେଶ୍ଵର ଥାନା ଅଞ୍ଚଳ ଯୁବତୀଙ୍କୁ ରାଇବଣିଆ ଥାନା ଅନ୍ତର୍ଗତ ଚମାରଗାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ନୀଳମଣି ଜେନାଙ୍କୁ 2017 ଜୁନ 22 ରେ ବିବାହ କରିଥିଲେ । ବିବାହ ର କିଛି ମାସ ପରେ ସ୍ବାମୀ ଏବଂ ପତ୍ନୀଙ୍କ ସହିତ ପାରିବାରିକ ଅଶାନ୍ତି ଆରମ୍ଭ ହୁଏ । ଶାଶୁ-ଶଶୁର ଏବଂ ତାଙ୍କ ପରିବାର ପକ୍ଷରୁ ନିର୍ଯାତନା ମଧ୍ଯ ହୋଇଥିବା ଅଭିଯୋଗ ହୋଇଛି ।

ଏହି ସବୁ ଘଟଣା ଭିତରେ ଶାଶୁ ତାଙ୍କ ବହୁଙ୍କ ବିଶ୍ୱାସ ଜନ୍ମାଇ ଚନ୍ଦନେଶ୍ବର ଫାଣ୍ଡି ଅଧିନସ୍ଥ କଖାଡା ଗ୍ରାମର ମୁସୁଲମାନ ଗୁଣିଆ କଂ ପାଖକୁ ନେଇ ଯାଇ ମୁସୁଲମାନ ଗୁଣିଆ ସହିତ ଶାରୀରିକ ସମ୍ପର୍କ ରଖିଲେ ଘରର ରିଷ୍ଟ ଖଣ୍ଡନ ହେବ ବଲି କହି ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ତେବେ ପିଡୀତଙ୍କ ଅନିଚ୍ଛା ସତ୍ୱେ ଶାଶୁଙ୍କ ଉପସ୍ଥିତିରେ ଶାରୀରିକ ସଂପର୍କ ଗୁଣିଆ ରଖିଥିବା ଅଭିଯୋଗ ହୋଇଛି । ଏ କଥା ନେଇ ଅନ୍ୟ କାହାକୁ ଜଣାଇବୁ ଯଦି ତେବେ ତ ପିଲାକୁ ମାରି ଦେବା ସହିତ ଜୀବନରୁ ମାରୀ ଦେବାକୁ ଧମକ ଦେଇଥିଲେ ଗୁଣିଆଓ ଶାଶୁ ।

ଘଟଣାର କିଛିଦିନ ପରେ ପିଡିତା ଜଣଙ୍କ ବାପ ଘରକୁ ଚାଲି ଆସିଥିଲେ ଏହାରି ଭିତରେ ପୁଣି ଶାଶୁ ଚାକିରୀ କରାଇଦେବେ କହି ଘରକୁ ଡ଼ାକି ରାସ୍ତାରେ ଗୁଣିଆ ସହ ମିଶି କାର ମାଧ୍ୟମରେ ଅପହରଣ କରି ଏକ ବନ୍ଦ କୋଠରୀ ରଖିଥିଲେ। ଏବଂ ମହିଳାଙ୍କ ଅନିଚ୍ଛା ସତ୍ୱେ ଦୀର୍ଘ 80 ଦିନ ଧରି ତାନ୍ତ୍ରିକ ର ଦୁଷ୍କର୍ମ ର ଶିକାର ହୋଇଛନ୍ତି । ଗତ ଏପ୍ରିଲ 28 ତାରିଖରେ ତାନ୍ତ୍ରିକ ଙ୍କ ମୁବାଇଲ ମାଧ୍ୟମରେ ହଠାତ ପରିବାର ଲୋକଙ୍କୁ ଯୁବତୀ କଲ କରନ୍ତି ।

ପରିବାର ଲୋକେ ଯାଇ ସେଠାରେ ମୋରଡା ପୋଲିସ ସହାୟତା ବୟିଚ ଡିହା ଠାରେ ଉଦ୍ଧାର କରିଛନ୍ତି । ଏନେଇ ଜଳେଶ୍ବର ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶାଶୁ ଗୀତାରାଣୀ ଜେନା, ସ୍ୱାମୀ ନୀଳମଣି ଜେନା , ତାନ୍ତ୍ରିକ ଶେକ ତରାଫ , ଗିରଫ କରିବା ପାଇଁ ଦାବି ହୋଇଛି।

Related posts

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଠକ ତିଆରି କରିଥିଲା ହ୍ବାଟସଆପ୍ ଆକାଉଣ୍ଟ

Odisha Halchal

ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି

Odisha Halchal

ମାନସ ସ୍ୱାଇଁ ହତ୍ୟା ମାମଲା: ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ର ଟିମ୍

Odisha Halchal

Leave a Comment