ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମରିବୁ ପଛେ ଛାଡ଼ିବୁ ନାହିଁ

ମରିବୁ ପଛେ ଛାଡ଼ିବୁ ନାହିଁ

ମାଲକାନଗିରି :-(ରିପୋର୍ଟ :-କ୍ରିଷ୍ଣପଦ ରାୟ)ସୀମାନ୍ତ ଛତିଶଗଡ଼ର କକରେଲ ଠାରେ ନିର୍ମାଣ ହେବକୁ ଯାଉଛି ନୂତନ କକରେଲ ଜଳଭଣ୍ଡାର। ଯାହାକୁ ବିରୋଧ କରି ଆଜି ଶହ, ଶହ ଆଦିବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।ଛତିଶଗଡ଼ ରେ ପ୍ରସ୍ତାବିତ କକରେଲ ଡ୍ୟାମ କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ। ଏଥି ସହିତ ଛତିଶଗଡ଼ ସରକାରଙ୍କୁ ଉପରେ ଦୃଢ଼ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। କକରେଲ ପ୍ରକଳ୍ପ ତିଆରି ହେଲେ, ବିଶେଷ କରି ଜଳମଗ୍ନ ହେବ ସାତଟି ପଞ୍ଚାୟତର ୫୪ଟି ଗାଁ।

ନିଜ ଭିଟାମାଟିକୁ ହରାଇବା ସହିତ ବିସ୍ଥାପିତ ହେବେ । କମାରପାଲି ଗ୍ରାମରେ ଏହାକୁ ଆଜି ବିରୋଧ କରି ବିରାଟ ଶୋଭାଯାତ୍ରା କରିବା ସହିତ ପ୍ରଜାମେଳୀ କରିଛନ୍ତି।ଏପରିକି ଧନୁତୀର ସହିତ ।ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉଗ୍ର ରୂପ ଦେଖାଇଛନ୍ତି ସ୍ଥାନୀୟ ଲୋକେ। ଏହାକୁ ଯଥା ଶିଘ୍ର ରାଜ୍ୟ ସରକାରଙ୍କୁ ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଜଳଭଣ୍ଡାର ସଂପୂର୍ଣ୍ଣ ହେଲେ ମାଲକାନାଗିରି ଜିଲ୍ଲା ର 7 ପଞ୍ଚାୟତ 54 ଖଣ୍ଡ ଗାଁ ପ୍ରଭାବିତ ହେବା ସହିତ ଶହ ଶହ ହେକ୍ଟର ଚାଷ ଜମି ଜଳ ମଗ୍ନ ହେବ । ବିଶେଷ କରି ମାଥିଲି ବ୍ଲକ ର କମାରପାଲି , ସାଲିମି , ତେମୁରୁପାଲି , କତାପାଲି , ମେକା ଏବଂ କିଆଙ୍ଗ ପଞ୍ଚାୟତ ଅଧିକରୁ ଅଧିକ ପ୍ରଭାବିତ ହେବର ସମ୍ବାବନା ରହିଛି। ତେଣୁ ଏହାକୁ ବିରୋଧ କରି 7 ଟି ପଞ୍ଚାୟତ ର ଶତାଧିକ ମହିଳା ପୁରୁଷ ବିରାଟ ରାଲି କରି ପ୍ରକଳ୍ପ କୁ ତୁରନ୍ତ ବନ୍ଦ କରିବାକୁ ଦାବୀ କରିଛନ୍ତି ।

ଖାଲି ସେତିକି ନୁହେଁ ପୋଲାଭରମ ପ୍ରକଳ୍ପ ଦ୍ବାରା ମୋଟୁ ତହସିଲ ଅଞ୍ଚଳ ଅନେକ କ୍ଷତି ସହିବାକୁ ପଡୁଛି ବୋଲି ପ୍ରଶ୍ନ କରିଛନ୍ତି।ତେଣୁ କୋକରେଲ ପ୍ରକଳ୍ପ କାହା ସ୍ବାର୍ଥ ରେ ନିର୍ମାଣ ହେଉଛି ବୋଲି ପ୍ରଶ୍ନ କରିବା ସହିତ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଯଥାଶୀଘ୍ର ଏହା ଉପରେ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

Related posts

କଥାରେ ନୁହେଁ, କାମରେ ବିଶ୍ୱାସ କରେ-ମୁଖ୍ୟମନ୍ତ୍ରୀ

Odisha Halchal

କଟନି ଛଟନି କୁ ନେଇ ଉଠିଲା ନାହିଁ ମୁଠାଏ ଧାନ , ହାତ ଟେକି ଦେଲା ଏସ ଏଚ୍ ଜି ଗୃପ

Odisha Halchal

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

Odisha Halchal

Leave a Comment