ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

ସମୁଦ୍ର ଭିତରେ କମ୍ପମାନ କରୁଥିବା ଭୀଷଣ ବାତ୍ୟା ‘ଅସାନୀ’ର ବଳ ମଙ୍ଗଳବାରଠାରୁ କମିବ । ଦିଗ ବଦଳିବା ସହ ଏହାର ଦୁର୍ବଳ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ । ଓଡ଼ିଶା ଉପକୂଳରୁ ଦୁର୍ବଳ ‘ଅସାନୀ’ ଏତେ ଦୂରରେ ଯିବ ଯେ ପବନର ଡର ନାହିଁ । କେବଳ ବର୍ଷା ହେବ । ସୋମବାରଠାରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସହ ହାଲୁକା ବର୍ଷା ଆରମ୍ଭ ହୋଇଛି । ୧୨ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଅସାନୀ ଭୀଷଣ ବାତ୍ୟା ରୂପ ନେଇ ସମୁଦ୍ରରେ ଆକଳନଠାରୁ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତି ଯେତେ ଅଧିକ ରହୁଛି, ସେତେ ଶୀଘ୍ର ଦୁର୍ବଳ ହେବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳରୁ ଢେର ଦୂରରେ ଏହା ସମୁଦ୍ରରେ ପଳାଇବ । ୧୨ ତାରିଖ ଭୋର ସାଢ଼େ ୫ଟାବେଳେ ପୁରୀଠାରୁ ୧୩୭ କିଲୋମିଟର ଦୂରରେ ସମୁଦ୍ରରେ ଯାଉଥିବ । ସେତେବେଳେ ବାତ୍ୟା ନଥିବ, ଥିବ ଗଭୀର ଅବପାତ । ଦିନ ସାଢ଼େ ୧୧ଟାବେଳକୁ ଅବପାତ ହୋଇସାରିଥିବ ।

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ପାଗ ମେଘୁଆ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସମେତ କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଗଜପତି, ପୁରୀ, ଗଞ୍ଜାମର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୧ ତାରିଖ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

୧୨ ତାରିଖ ଉପକୂଳ ଓଡ଼ିଶାର ଅନେକ ଜାଗା ସମେତ ଆଭ୍ୟନ୍ତରୀଣର କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୩ରେ ବିଶେଷ ବର୍ଷା ନାହିଁ । ଉତ୍ତର ଉପକୂଳର ଅଳ୍ପ କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ ।

ରାଜ୍ୟକୁ ପବନର ଡର ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦-୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହିବ । ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରଗୁଡ଼ିକ ପାଇଁ ୨ ନଂ ବିପଦ ସଙ୍କେତ ଜାରି ହୋଇଛି ।

Related posts

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

ଚୀନାମାଟି ଖଣି ଖନନକୁ ବିରୋଧ କରି ପୋଲିସ କୁ ଆକ୍ରମଣ

Odisha Halchal

ଜୀବନ୍ତ ବ୍ରଜକାପ୍ତା ଓ ୩ ଗୋଟି ବାଇକ ସହ ୬ଜଣ ଗିରଫ

Odisha Halchal

Leave a Comment