ଅପରାଧଓଡ଼ିଶା ଖବରନ୍ୟୁଜ୍

ଭୁଲିଗଲା ସ୍ନେହ ଓ ମମତା, ଜନ୍ମକଲା ମା’ଙ୍କୁ କୁରାଢିରେ ହାଣିଲା ପୁଅ

ଭୁଲିଗଲା ସ୍ନେହ ଓ ମମତା, ଜନ୍ମକଲା ମା’ଙ୍କୁ କୁରାଢିରେ ହାଣିଲା ପୁଅ

ମାତୃହନ୍ତା ପୁଅ । ଭୁଲିଗଲା ସ୍ନେହ ଓ ମମତା । ଜନ୍ମକଲା ମାଙ୍କୁ କୁରାଢିରେ ହାଣିଲା ପୁଅ । ମୃତକ ହେଲେ ଗୁରୁବାରି ହେମ୍ବ୍ରମ୍ । ହତ୍ୟାକାରୀ ପୁଅର ନାମ ଲୋସ ହେମ୍ବ୍ରମ୍ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଚାକୁଳିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଧାରୁଆ କୁରାଢ଼ିରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ଘର ଭିତର ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା ର ମୃତ୍ୟୁ ହୋଇଥିଲେ। ଗୁରୁବାର ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ଏବଂ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଘଟଣାସ୍ଥଳରୁ କୁରାଢ଼ି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ରାସଗୋବିନ୍ଦପୁର ପୋଲିସ୍।

Related posts

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

Odisha Halchal

ଆଦର୍ଶ ମାହାଙ୍ଗା ପକ୍ଷରୁ ଓଏଏସ ବିଭୁପ୍ରସାଦଙ୍କୁ ସମ୍ବର୍ଦ୍ଧନା

Odisha Halchal

ହିନ୍ଦୁ ଜାଗରଣ ସାମୁଖ୍ୟ ପଶ୍ଚିମ ପ୍ରାନ୍ତ ସଭା

Odisha Halchal

Leave a Comment