ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାଲକୋନୀକୁ ଆସିଲେ ବାବୁଶାନ, କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

ବାଲକୋନୀକୁ ଆସିଲେ ବାବୁଶାନ, କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

ଗତକାଲିଠୁ ଚେନ୍ନାଇରୁ ଓଡ଼ିଶା ଫେରି ଆସିଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ଦେଖା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଫ୍ୟାନ୍ସ ଗତକାଲିଠୁ ବାବୁଶାନଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହୁଥିବା ବେଳେ ଆଜି ନିଜ ମା’ଙ୍କ ସହ ବାଲକୋନୀକୁ ଆସି ସେମାନଙ୍କ ସହ କଥା ହୋଇଛନ୍ତି ବାବୁଶାନ ।

ବାବୁଶାନଙ୍କୁ ନେଇ ଏବେ ବହୁ ଅସମାହିତ ପ୍ରଶ୍ନ ଥିବା ବେଳେ ଆଉ ୨ ଦିନ ପରେ ଗଣମାଧ୍ୟମ ସମ୍ମୁଖରେ ସବୁ କହିବେ ବୋଲି କହିଛନ୍ତି ବାବୁଶାନ । ଚେନ୍ନାଇରୁ ଫେରିବା ପରେ ବେଶ୍‌ ରିଲାକ୍ସ ଲାଗୁଥିବା ବାବୁଶାନ ଘରେ ବାପାମା’ଙ୍କ ପାଖରେ ଥିବାରୁ ଖୁବ ଖୁସି ଅଛି ବୋଲି କହିଛନ୍ତି।

ବାବୁଶାନଙ୍କ ନାଁରେ ପତ୍ନୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କୁ ନୋଟିସ କରିଛି ପୁଲିସ୍‌ । ଗିରଫଦାରୀକୁ ଏଡ଼ାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବାବୁଶାନ ଆଜି ଥାନାକୁ ଯିବେ କି ବୋଲି ପଚରାଯିବାରୁ ମନା କରିଦେଇଥିଲେ।

ଏହି ସମୟରେ ଅପରାଜିତା ମଧ୍ୟ ପୁଅ ପାଖରେ ଛିଡ଼ା ହୋଇଥିଲେ। ଉଭୟ ମା’ପୁଅ ଅସୁସ୍ଥତା ଅନୁଭବ କରୁଥିବାରୁ ୨ ଦିନ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅପରାଜିତା। ଅସୁସ୍ଥତା ସତ୍ତ୍ୱେ ଅପରାଜିତାଙ୍କ ମୁହଁରେ କିନ୍ତୁ ଆଶ୍ୱସ୍ତିର ଝଲକ ବାରି ହୋଇ ପଡ଼ୁଥିଲା।

ଗତ ଶନିବାର ସତ୍ୟନଗରରେ ଘଟିଥିବା ହାଇ ପ୍ରୋଫାଇଲ ଡ୍ରାମା ପରେ ବାବୁଶାନ ଚେନ୍ନାଇ ପଳାଇଥିବା ବେଳେ ପୁଅ ଫେରିବା ବାଟକୁ ଅନାଇ ବସିଥିଲେ ଅପରାଜିତା । ଏଥିସହ ଫେରି ଆସିବାକୁ କୋହଭରା କଣ୍ଠରେ ପୁଅକୁ ନିବେଦନ ମଧ୍ୟ କରୁଥିଲେ। ଗତକାଲି ସକାଳେ ବାବୁଶାନ ଚେନ୍ନାଇରୁ ଫେରି ଆସିଥିବା ବେଳେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ଘରେ ନିଜ ବାପାମା’ଙ୍କ ପାଖରେ ଅଛନ୍ତି।

ବାବୁଶାନ ଏପର୍ଯ୍ୟନ୍ତ ପତ୍ନୀ ତୃପ୍ତିଙ୍କ ନିକଟକୁ ଯାଇ ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଆଗକୁ କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହୋଇପାରିନି। ତେବେ ଏନେଇ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ଉଭୟ ବାବୁଶାନ ଓ ତୃପ୍ତି ସବୁ ବିବାଦ ଭୁଲି ପରସ୍ପର ସହ କଥା ହୋଇଛନ୍ତି। ଗତକାଲି ବାବୁଶାନ ନିଜ ପତ୍ନୀ ଓ ପୁଅଙ୍କ ସହ ୭ରୁ ୮ ଥର କଥା ହୋଇଛନ୍ତି । ଖୁବଶୀଘ୍ର ଆପୋଷ ବୁଝାମଣା ପରେ ଏହି ଘଟଣାର ଅନ୍ତ ଘଟିବ ବୋଲି ସଞ୍ଜୟ କହିଛନ୍ତି ।

Related posts

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

Odisha Halchal

ଜଗନ୍ନାଥ ମନ୍ଦିରରୁ ଚୋରି, ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Odisha Halchal

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

Odisha Halchal

Leave a Comment