ଓଡ଼ିଶା ଖବରନ୍ୟୁଜ୍

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ଇଂରେଜ ଅମଳ ର ବିଦ୍ୟାଳୟ ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବା ଉପରେ। ପାଠ ପଢିବା କୁ ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡା ରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ କରି କରି ଥକି ଗଲେ ମଧ୍ୟ ପଡୁନି କୌଣସି ଅଧିକାରି ଙ୍କ ନଜର। ବିଦ୍ୟାଳୟ ର ସ୍ଥିତି କୁ ନେଇ ଆମର ଏହି ରିପୋର୍ଟ।କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ରମ୍ପାସ ସରକାରି ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଳୟ ଭିତରକୁ ପଶିବା ସମୟରେ ବାରଣ୍ଡା ରେ ବସି ପାଠ ପଢୁଥିବା ଛାତ୍ରଛାତ୍ରୀ ଙ୍କ ଚିତ୍ର ନିଶ୍ଚିତ ଭାବେ ମନକୁ ଆନ୍ଦୋଳନ କରିବ।

୧୯୪୬ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଯାଉଥିବା ବେଳେ ଛାତ୍ରଛାତ୍ରୀ ଙ୍କ ସଂକ୍ଷା ୧୮୦। ପାଠ ପଢିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହର ଅଭାବ। ଗୋଟିଏ ଶ୍ରେଣୀ ଗୃହର ଛାତ ଭାଙ୍ଗି ତଳକୁ ଖସୁଛି ଫଳରେ ଦୁଇଟି ଶ୍ରେଣୀରେ ଛାତ୍ରଛାତ୍ରୀ ଙ୍କୁ ଜାଗା ଧରୁନି। ବାରଣ୍ଡା ରେ ବସି ପାଠ ପଢ଼ୁଛନ୍ତି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀ।

ବର୍ତମାନ ସମୟରେ ସରକାରୀ ବିଦ୍ୟାଳୟ ରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମୁହଁ ଫେରାଉଥିବା ବେଳେ ଏହି ବିଦ୍ୟାଳୟରେ ତାର ବିପରୀତ ପରିଲକ୍ଷିତ ହେଉଛି। ଭଲ ପାଠ ପଢା ହେଉଥିବାରୁ ଅଭିଭାବକ ମାନେ ଚାହୁଁଛନ୍ତି ଏଇଠାରେ ଛୁଆଙ୍କୁ ପାଠ ପଢ଼ାଇବାକୁ ହେଲେ ବର୍ତ୍ତମାନ ର ଶ୍ରେଣୀଗୃହ ସମସ୍ୟା ସେମାନଙ୍କୁ ବାଧ୍ୟ କରୁଛି ବିଦ୍ୟାଳୟ ଛାଡ଼ିବାକୁ। ଶ୍ରେଣୀ ଗୃହ ସମସ୍ୟା ନେଇ ସ୍କୁଲ୍ କମିଟି ଠାରୁ ଆରମ୍ଭ କରି ଅନେକ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଅନେକ ପଦାଧିକାରୀ ଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ଫଳ ଶୁନ୍।

ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ଙ୍କୁ ଅବଗତ କରିବା ପରେ ସେ ଅନୁପସ୍ଥିତ ଥାଇ ମଧ୍ୟ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି।ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସରକାର ଙ୍କ ଯୋଜନାର ଅନେକ ଚର୍ଚ୍ଚା ହେଉଥିବା ବେଳେ କିଛି ବିଦ୍ୟାଳୟ ଏଥିରେ ସୁଫଳ ପାଇ ପାରୁନାହାନ୍ତି। ଆବଶ୍ୟକ ରହିଛି ତଦନ୍ତ କରି ବିଦ୍ୟାଳୟ କୁ ଶ୍ରେଣୀ ଗୃହ ଯୋଗାଇ ଦେବାର।

Related posts

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ?

Odisha Halchal

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା

Odisha Halchal

କଲେଜର ନାବାଳିକା ଛାତ୍ରୀ ଅଚେତ

Odisha Halchal

Leave a Comment