ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

ଅସାନୀକୁ ଆଖିରେ ରଖି ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଛି । ଏନେଇ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ ହେଲେ ସତର୍କତା ଦୃଷ୍ଟିରୁ ପ୍ରଶାସନ ଲୋକଙ୍କ ପାଇଁ ଏହି କଟକଣା ଜାରି କରିଛି ।

ତେବେ କଟକଣା ଲାଗିବା ପରେ ବେଳାଭୂମିରେ ଜନସମାଗମ କମିଛି । ଏହାସହିତ ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପୁରୀ, ଧାମରା ପାରାଦୀପ ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

ଓଡିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ଥିବାରୁ ୧୩ ତାରିଖ ଯାଏଁ ଓଡିଶା ଉପକୂଳର ସମୁଦ୍‌ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Related posts

ରେଳ ଲାଇନରେ କଲେଜ ଛାତ୍ରୀଙ୍କ ରାସଲୀଳା

Odisha Halchal

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Odisha Halchal

ବେଆଇନ ଭାବରେ ଲାଗିଥିବା ଏକର ଏକର ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

Odisha Halchal

Leave a Comment