ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

ଅସାନୀକୁ ଆଖିରେ ରଖି ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଛି । ଏନେଇ ୨ ଦିନ ପାଇଁ ବେଳାଭୂମିକୁ ଆସିବାକୁ ଜିଲ୍ଲା ପ୍ରଶାସନ ବାରଣ କରିଛି । ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ ହେଲେ ସତର୍କତା ଦୃଷ୍ଟିରୁ ପ୍ରଶାସନ ଲୋକଙ୍କ ପାଇଁ ଏହି କଟକଣା ଜାରି କରିଛି ।

ତେବେ କଟକଣା ଲାଗିବା ପରେ ବେଳାଭୂମିରେ ଜନସମାଗମ କମିଛି । ଏହାସହିତ ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପୁରୀ, ଧାମରା ପାରାଦୀପ ପାଇଁ ୨ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

ଓଡିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ଥିବାରୁ ୧୩ ତାରିଖ ଯାଏଁ ଓଡିଶା ଉପକୂଳର ସମୁଦ୍‌ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Related posts

ସାପଧରାଳି ମିର୍ଜାଙ୍କୁ ନେଇ ସବୁଠି ଚର୍ଚ୍ଚା

Odisha Halchal

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ

Odisha Halchal

Leave a Comment