ଓଡ଼ିଶା ଖବରନ୍ୟୁଜ୍

ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା

ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା

ନବରଙ୍ଗପୁର :-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ମୌସୁମୀ ଓ ଲଘୁଚାପ ପ୍ରଭାବରେ ଲଗାତାର ପାଂଚ ଦିନ ହେଲା ନବରଙ୍ଗପୁର ଜିଲ୍ଲା ରେ ବର୍ଷା ଲାଗି ରହିଛି ଏଣୁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା ଦେଖାଯାଇଛି। ପ୍ରଶାସନ ପକ୍ଷରୁ ଏଲର୍ଟ ଜାରି କରାଯାଇଛି ଉପରେ ମୁଣ୍ଡରେ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଛି।

କୋଷାଗୁମୁଡା ବ୍ଲକରେ ପ୍ରଭାହିତ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀ ଓ ଶାଖାନଦୀର ଜଳସ୍ତର ବଢିବାରେ ଲାଗିଛି । ସନ୍ଧ୍ୟା ସୁଦ୍ଧା ଭାସ୍କେଲ ନଦୀରେ ଜଳସ୍ତର ପ୍ରାୟ ସାଢେ ଦୁଇ ଫୁଟ ତଳକୁ ରହିଥିବା ନେଇ ଅବବାହିକାରେ ଥିବା ଗାଁ ଗୁଡିକ ବନ୍ୟାର ଆଶଙ୍କା ମନେଇଛନ୍ତି । ଅନ୍ୟପଟେ ଏଥିପାଇଁ ପ୍ରଶାସନ ପକ୍ଷରୁ ଏଲର୍ଟ ଜାରି କରାଯାଇଛି । ଉପର ମୁଣ୍ଡରେ ଲଗାଣ ବର୍ଷା ହେଲେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଠୀ ହୁଏ ।

ଉମରକୋଟ ଓ ଡାବୁଗାଁ ବ୍ଲକରେ ଲଗାଣ ବର୍ଷା ସହ କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷା ଫଳରେ ଭାସ୍କେଲ ନଦୀ ଅବବାହିକାରେ ଥିବା ବନ୍ୟା ପୀଡିତ ଗାଁ ବି.ଏମ.ସେମଳା ପଞ୍ଚାୟତ ର କେରାଣ୍ଡିମାଳ, ବାକ୍ଟିଗୁଡା, ଉକିଆପାଲି ପଞ୍ଚାୟତର ବରଗାଁ, ହର୍ଦୋଳି, ଘାଟବାସଲିଠାରେ ନଦୀର ଜଳସ୍ତର ପ୍ରାୟ ସାଢେ ୨ଫୁଟ ତଳକୁ ରହିଛି ।

ସେହିପରି ଆଟିଗାଁ, ବାଙ୍କୋଲି-ଡାବୁଗାଁ ଓ ଉମରକୋଟକୁ ସଂଯୋଗ କରୁଥିବା ରାସ୍ତା ଗାଈଯୋଡି ନିକଟ ପୋଲ ଉପରେ ବର୍ଷାପାଣି ପ୍ରବାହିତ ହେଉଥିବା ହେତୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାତିରେ ବର୍ଷା ଯଦି ଜାରି ରହେ ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଶାସନ ପକ୍ଷରୁ ଏଲର୍ଟ ଜାରି କରାଯାଇ ଏଥିପାଇଁ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଅନୁଧ୍ୟାନ କରାଯାଊଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

Odisha Halchal

ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି

Odisha Halchal

ରାଜ୍ୟ ବାହାରେ ପ୍ରେମ, ଓଡ଼ିଶାରେ ପ୍ରତାରଣା, ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଯୁବତୀ

Odisha Halchal

Leave a Comment