ଅପରାଧଓଡ଼ିଶା ଖବରନ୍ୟୁଜ୍

ବନବିଭାଗ ତରଫରୁ ୫୨ଟି କଇଁଚ ଜବତ, ଦୁଇ ଗିରଫ

ବନବିଭାଗ ତରଫରୁ ୫୨ଟି କଇଁଚ ଜବତ, ଦୁଇ ଗିରଫ

ଉମରକୋଟ:-(ରିପୋର୍ଟ -ପ୍ରଶାନ୍ତ କୁମାର ପଧାନ) ବାନାଞ୍ଚଳ ଅଧିକାରୀ ଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଁଚ ବେପାରୀ ଙ୍କ ଧରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ଦୁଇ ଜଣ ହେଲେ ରାଇଘର ବ୍ଲକ କୁମୁଲି (ୟୁଆରଭି ୫୦) ଗ୍ରାମର ରୋହିଦାସ ବଣିକ(୫୫), ପରମାନନ୍ଦ ବାଉଲି(୪୨)। ୫୨ଟି କଇଁଚକୁ ଏମାନେ ଦୁଇଟି ଅଖା ସୁତାରେ ଭର୍ତ୍ତି କରି ବାଇକ ସାହାଯ୍ୟରେ ରାଇଘର ବ୍ଲକ ସରଗୁଲି(ୟୁଆରଭି ୨୪) ନଂ ଗ୍ରାମରେ ବିକ୍ରି କରିବାକୁ ଆଣିଥିଲେ।

ଏମାନଙ୍କୁ ବିଷୟରେ ବନବିଭାଗ ପାଖରେ ବହୁଆଗରୁ ଖବର ଥିଲା। କିନ୍ତୁ ପ୍ରମାଣ ନଥିବା ଯୋଗୁଁ ଏମାନଙ୍କୁ ଧରିପାରୁ ନଥିଲେ ବନବିଭାଗ।ଏମାନଙ୍କୁ ବହୁଦିନରୁ ବନବିଭାଗ ନଜର ରଖି ଆସୁଥିଲେ, ଆଜି ପ୍ରମାଣ ସହିତ ଧରିଛନ୍ତି। ଏମାନଙ୍କୁ ପାଖରୁ ଗୋଟାଏ ବାଇକ ଦୁଇଟି କିପେଡ ଫୋନ୍ ଓ ଗୋଟିଏ ଓଜନ କରିବା ମେସିନ ଜବତ କରାଯାଇଛି।

ଏହି ଚଢାଉ ରେ ଉମରକୋଟ ରେଞ୍ଜର ପୁର୍ଣ୍ଣଚନ୍ଦ୍ର ମାଝୀ,ଖଡକା ବନପାଳ ହରିହର ବ୍ରହ୍ମା,ଏ ମନୋଜ ,ୱଇଲିଡ ଲାଇଫ୍ ରେସ୍କିୟୁ ବନରକ୍ଷୀ ସୁଧିର ପଟ୍ଟନାୟକ,ପାରାଷ୍ଟାପ ଗଣେଶ ରାଜଗଣ୍ଡ,ଏଏସଏସ ସନ୍ତୋଷ ଭତ୍ରା, କୃଷ୍ଣ ଚାଲାଣ ସାମିଲ ଥିଲେ।ଓଆର ନଂ ୩୮/୨୨୨୩ ଧାର ୫୬ ଅନୁଯାୟୀ ଅଭିଯୁକ୍ତ ଦୁଇ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related posts

ଫୁଲଝର ଗ୍ରାମରେ ହାତୀ ଆକ୍ରମଣ

Odisha Halchal

ନାବାଳିକାକୁ ଏକ ମାସ ଧରି ଦୁସ୍କର୍ମ ଅଭିଯୋଗ

Odisha Halchal

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

Odisha Halchal

Leave a Comment