ଦେଶ ବିଦେଶନ୍ୟୁଜ୍

ପ୍ରସିଦ୍ଧ ଟିଭି ଆଙ୍କର ଥିଲେ, ଏବେ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କୁ କରୁଛନ୍ତି ଅପେକ୍ଷା

ପ୍ରସିଦ୍ଧ ଟିଭି ଆଙ୍କର ଥିଲେ, ଏବେ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କୁ କରୁଛନ୍ତି ଅପେକ୍ଷା

ସାମାଜିକ ଗଣମାଧ୍ୟମରେ ଜଣେ ଟିଭି ସାମ୍ବାଦିକଙ୍କ କାହାଣୀ ଭାଇରାଲ ହୋଇଛି । ସଂପୃକ୍ତ ଟିଭି ଆଙ୍କରଙ୍କ ସ୍ଥିତି ଏବେ ଦୟନୀୟ ହୋଇଛି । ଆର୍ଥିକ ସ୍ଥିତି ଭଲ ନଥିବାରୁ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କୁ ଅପେକ୍ଷା କରିବାକୁ ପଡୁଛି । ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟରୁ ଜଣାପଡୁଛି ଯେ, ସାମ୍ବାଦିକଙ୍କୁ ଲୋକେ ସହାନୁଭୂତି ପ୍ରଦାନ କରୁଛନ୍ତି ।

ଏହା ଆଫଗାନିସ୍ତାନର ଘଟଣା । ପୂର୍ବତନ ରାଷ୍ଟ୍ରପତି ହାମିଦ କର୍ଜାଇଙ୍କ ସରକାରରେ କାମ କରିଥିବା କବୀର ହକମାଲୀ ଟୁଇଟ କରି ଜଣେ ସାମ୍ବାଦିକଙ୍କ କାହାଣି ସେୟାର କରିଛନ୍ତି । ସେ ୩ଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଆଙ୍କର କୌଣସି ଏକ ଷ୍ଟୁଡିଓରେ ବସିଥିବା ଦେଖାଯାଉଛନ୍ତି । ଅନ୍ୟ ଫଟୋରେ ରାସ୍ତାକଡ଼ରେ କିଛି ସାମଗ୍ରୀ ନେଇ ବସିଛନ୍ତି ।

କବୀର ହକମାଳୀ ଟୁଇଟରେ ଲେଖିଛନ୍ତି- ତାଲିବାନୀ ଶାସନରେ ଆଫଗାନିସ୍ତାନରେ ସାମ୍ବାଦିକଙ୍କ ଜୀବନ । ମୂସା ମହମ୍ମଦୀ ଅନେକ ବର୍ଷ ପର୍ଯ୍ୟନ୍ତ ଆଙ୍କର ଏବଂ ରିପୋର୍ଟର ଥିଲେ । ଭିନ୍ନ ଭିନ୍ନ ଟିଭି ଚ୍ୟାନେଲରେ କାମ କରିଥିଲେ । ଏବେ ତାଙ୍କ ପାଖରେ ପରିବାର ଚଳାଇବା ପାଇଁ ଅର୍ଥ ନାହିଁ । ତେଣୁ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କ ଅପେକ୍ଷାରେ ଅଛନ୍ତି । ଏଥିରୁ କିଛି ଅର୍ଥ ରୋଜଗାର ହୋଇଥାଏ । ସୂଚନାଯୋଗ୍ୟ ତାଲିବାନୀ ଶାସନ ପରେ ଆଫଗାନିସ୍ତାନରେ ଲୋକଙ୍କୁ ଗରିବି ଜୀବନ ବଞ୍ଚିବାକୁ ପଡୁଛି ।

Related posts

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Odisha Halchal

ସିଗାରେଟ୍‌ ନ ଦେବାରୁ ଦୋକାନୀଙ୍କୁ ଗୁଳିମାଡ଼

Odisha Halchal

Leave a Comment