ଦେଶ ବିଦେଶନ୍ୟୁଜ୍

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

ପେଟ୍ରୋଲିୟମ ଉତ୍ପାଦନରେ ଦେଶର ଅଗ୍ରଣୀ ସରକାରୀ କମ୍ପାନୀ ଇଣ୍ଡିଆନ ଅୟଲ ଗତ ଆର୍ଥିକ ବର୍ଷରେ ରେକର୍ଡ ଲାଭ କରିଛି। କମ୍ପାନୀ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀ ୨୪,୧୮୪ ଟଙ୍କାର ଲାଭ କରିଛି। ଏହି ସଂଖ୍ୟା ଏପରି ସମୟରେ ସାମନାକୁ ଆସିଛି ଯେତେବେଳେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ହ୍ରାସ ହେବାର ନାଁ ଧରୁ ନାହିଁ।

ଇଣ୍ଡିଆନ ଅୟଲ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଗତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ନିଜ ଆୟର ତଥ୍ୟ ପ୍ରଦାନ କରିଛି । ପରିସଂଖ୍ୟାନ ଅନୁସାରେ, ୨୦୨୧-୨୨ରେ କମ୍ପାନୀ ମୋଟ ରାଜସ୍ୱ ଏବଂ ଲାଭରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଚଳିତ ବର୍ଷ କମ୍ପାନୀ ମୋଟ ୭,୨୮,୮୯୦ କୋଟି ଟଙ୍କାର ରାଜସ୍ୱ ପାଇଛି ଯାହା ପୂର୍ବ(୨୦୨୦-୨୧)ରେ ୫,୧୪,୮୯୦ କୋଟି ଟଙ୍କା ରହିଥିଲା।

ଲାଭ ମାମଲାରେ ମଧ୍ୟ କମ୍ପାନୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ୨୦୨୧-୨୨ରେ କମ୍ପାନୀର ମୋଟ ଲାଭ ୨୪,୧୮୪ କୋଟି ଟଙ୍କା ହୋଇଛି ଯାହା ଆଜି ଯାଏଁର ସର୍ବାଧିକ ଲାଭ। ୨୦୨୦-୨୧ରେ କମ୍ପାନୀ ମୋଟ ୨୧,୮୩୬ କୋଟିର ଲାଭ କରିଥିଲା ଅର୍ଥାତ ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀକୁ ପ୍ରାୟ ୨୩ ଶହ କୋଟି ଟଙ୍କା ଅଧିକ ଲାଭ ହୋଇଛି।

ଦେଶରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହୋଇଛି। ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧୦ ପାଖରେ ପହଞ୍ଚିଛି। ଅନ୍ୟପଟେ ଘରୋଇ ଏଲପିଜି ଗ୍ୟାସର ମୂଲ୍ୟ ୧୦୦୦ ଟଙ୍କା ପ୍ରତି ସିଲିଣ୍ଡର ଯାଏଁ ପହଞ୍ଚିଛି। ଏପରି ସ୍ଥିତି ଏହି ସଂଖ୍ୟା ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଏକ ସୁଯୋଗ ପ୍ରଦାନ କରିବ।

Related posts

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

Odisha Halchal

ସ୍ବାଭିମାନ ଅଞ୍ଚଳରୁ ଠାବ ହେଲା ମାଓ ଡମ୍ପ

Odisha Halchal

ମାଓବାଦୀଙ୍କ ଗୁଳିରେ ଏ ଏସ ଆଇ ଗୁରୁତର

Odisha Halchal

Leave a Comment