ଓଡ଼ିଶା ଖବରନ୍ୟୁଜ୍

ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା

ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଯଚିନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡାସିଂ ଠାରେ। ଏହି ବିଦ୍ୟାଳୟରେ ପୂର୍ବରୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ହେଇ ଆସୁଥିଲା ତେବେ ଏ ଏଥର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବହେଳା ହେତୁ ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇପାରିଲାନି ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଓ ଛାତ୍ରାଛତ୍ରୀ ଅଭିଯୋଗ କରିଛନ୍ତି। ପୁନଃ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ନକରାଗଲେ ସେମାନେ ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ତେବେ ପୁନଃ ବିଚାର ପାଇଁ ବୋର୍ଡ କତ୍ତୃପକ୍ଷଙ୍କୁ ସେ ଜଣାଇବେ ବୋଲି କହିଛନ୍ତି

Related posts

ବାରହା ଫାସରେ ପଡିଲେ ଚାଷୀ

Odisha Halchal

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଡିଆରଜି ଯବାନ ଆହତ

Odisha Halchal

ସମ୍ପୁର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ଲାଗିବ ରୋକ୍‌,ଦେବାକୁ ପଡ଼ିବ ଟଙ୍କା

Odisha Halchal

Leave a Comment