ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

ର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ହୋଇଛି । ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରୁଛନ୍ତି। ରିପୁନାଥଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।

ତେବେ ଓଡ଼ିଶାର ଯେତେବେଳେ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଥିଲେ । ସେହି ସମୟରେ ସେ ଗଣଶିକ୍ଷା ମନ୍ତ୍ରୀ ଥିଲେ। ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍‌ ପରିଚିତ ଥିଲେ ରିପୁନାଥ । ଏକଦା ବିଜେପୁର ବିଧାୟକ ସୁବଳ ସାହୁ ଦେହାନ୍ତ ପରେ ବରଗଡ଼ ବିଧାନସଭା ଆସନରୁ ରିପୁନାଥଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା କଂଗ୍ରେସ ।

Related posts

ବିମାନରେ ବୋମା ଆତଙ୍କ

Odisha Halchal

ଘରେ ପଶି ଜବରଦସ୍ତି ଯୁବତୀଙ୍କୁ ଦୁଷ୍କର୍ମ !

Odisha Halchal

ନବରଙ୍ଗପୁର ରେ ଥମୁନି କଳା ସାମ୍ରାଜ୍ୟର କାରବାର

Odisha Halchal

Leave a Comment