ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ନା ଭାଙ୍ଗିଲା ତାଲା, ନା ଖୋଲିଲା ଚାବି! କିନ୍ତୁ କେମିତି ହାଜତରୁ ଖସିଗଲା ଅଭିଯୁକ୍ତ ଦେଖନ୍ତୁ ଭିଡିଓ

ନା ଭାଙ୍ଗିଲା ତାଲା, ନା ଖୋଲିଲା ଚାବି! କିନ୍ତୁ କେମିତି ହାଜତରୁ ଖସିଗଲା ଅଭିଯୁକ୍ତ ଦେଖନ୍ତୁ ଭିଡିଓ

ପୋଲିସ ଡାଳେ ଡାଳେ ଗଲେ ଏବେ ଚୋର ପତ୍ରେ ପତ୍ରେ ଯାଉଥିବା ଦେଖିବାକୁ ମିଳିଛି। ପୋଲିସକୁ ଚକମା ଦେଇ କିପରି ଚୋରମାନେ ଜେଲ ହାଜତରୁ ଖସିଯିବାରେ ସକ୍ଷମ ହେଉଛନ୍ତି ତାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଥିବା ଏକ ଥାନାରେ ଦେଖିବାକୁ ମିଳିଛି। ଜଣେ ଚୋର ଏହି ଥାନାର ପୋଲିସମାନଙ୍କର ନିଦ ହଜାଇ ଦେଇଛି। ଚୋରଟି ଗିରଫ ହୋଇ ସେଠାରେ ଜେଲ ହାଜତରେ ଥିଲା। ପରେ ସେ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ଫେରାର ହୋଇଥିବା ସେହି ଚୋରକୁ ପୋଲିସ ଆଉଥରେ ଗିରଫ କରିବା ପରେ ଏହି ଘଟଣାର ଖୁଲାସା ହୋଇଛି ।

ଘଟଣା ଅନୁସାରେ ପୁଣେର ନାସିକ ରାଜପଥ ପାଖରେ ଥିବା ଏକ ଥାନାର ହାଜତରୁ ଜଣେ ଚୋର ଖସି ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ହାଜତର ଲୁହା କବାଟ ଯେମିତି ଥିଲା ସେମିତି ରହିବା ସହ ତାର ତାଲା ମଧ୍ୟ ପୂର୍ବ ଭଳି ରହିଥିଲା। ଏହା ଦେଖି ପୋଲିସ ଚିନ୍ତିତ ହୋଇ ପଡ଼ିଛି। ହାଜତର କବାଟ ନଭାଙ୍ଗି କିମ୍ବା ତାଲା ନଭାଙ୍ଗି ଅଭିଯୁକ୍ତ ଜଣକ କିପରି ଖସିଯିବାରେ ସକ୍ଷମ ହୋଇଥିଲା ? କିନ୍ତୁ ଘଟଣାକ୍ରମେ ସୌଭାଗ୍ୟ ବସତଃ ଖସିଯାଇଥିବା ଚୋରକୁ ପୋଲିସ ପୁଣିଥରେ ଗିରଫ କରିବାରେ ସକ୍ଷମ ହୋଇଛି ।

ଚୋରକୁ ପୋଲିସ ଗିରଫ କରିବା ପରେ ତା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେ କେମିତି ହାଜତରୁ ଖସିଥିଲା ତାହା ଜାଣିବା ପାଇଁ ଚାହିଁଥିଲା। ଫଳରେ ଚୋର ମଧ୍ୟ ବେଫିକର ହୋଇ କିପରି ସେ ଜେଲ ହାଜତରୁ ମୁକୁଳିଥିଲା ତାର ଡେମୋ ଦେଖାଇଥିଲା। ଏହା ଦେଖି ପୋଲିସ ଆଶ୍ଚର୍ଯ୍ୟ ହେବା ସହ ଆଖି ତରାଟି ରହିଯାଇଥିଲା।

Related posts

ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳରେ ବିକୁଥିଲେ ଚିକେନ, ପୁଲିସ ଆସିବାରୁ ଛୁରୀ ଧରି ଗୋଡ଼ାଇଲେ

Odisha Halchal

ଦେଓଗାଁ ବ୍ଲକରେ ଭିଜିଲାନ୍ସ ରେଡ

Odisha Halchal

ଶଶୁର ଘର ଭିତରେ ଜ୍ୱାଇଁ ର ଆତ୍ମହତ୍ୟା

Odisha Halchal

Leave a Comment