ଓଡ଼ିଶା ଖବରନ୍ୟୁଜ୍

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ, ସ୍ୱତନ୍ତ୍ର କୋଠରୀରେ ରଖାଯାଇ କରାଯାଉଛି ଚିକିତ୍ସା

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ । ୧୨ ମାସର ବାଘ ଛୁଆ ରକି ହଠାତ ଅସୁସ୍ଥ ହୋଇପଡିଛି । ଗତ ଦୁଇ ଦିନ ହେଲା ରକିକୁ ତରଳ ଝାଡା ହେଉଥିଲା । ଫଳରେ ରକି ଅଧିକ ଦୁର୍ବଳ ହୋଇ ପଡିଛି ।

ଅସୁସ୍ଥତା କାରଣରୁ ରକିକୁ ଖୁଆଡରୁ ବାହାର କରି ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି । ସାଲାଇନ ସହିତ ଆଣ୍ଟିବାୟୋଟିକ୍ ମେଡିସିନ ମଧ୍ୟ ଦିଆଯାଉଛି ।

୨୦୨୧ ମାର୍ଚ୍ଚ ୨୮ ତରିଖରେ ବାଘ ଛୁଆ ରକି ଜନ୍ମ ହୋଇଥିଲା । ଧଲା ବାଘୁଣୀ ବିଜୟା ପାଖରୁ ରକି ସହିତ ରାକେଶ ଓ ବଂଶି ନାମକ ଦୁଇଟି ବାଘ ଶାବକ ଜନ୍ମ ଦେଇଥିଲା ।

ହେଲେ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ବଂଶି ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା । ଏବେ ରକିର ଅସୁସ୍ଥତା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି ।

Related posts

ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣା

Odisha Halchal

ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ,

Odisha Halchal

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

Odisha Halchal

Leave a Comment