ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଂଚଳର କୁଖ୍ୟାତ ଅପରାଧୀ ଶଙ୍କର ନାୟକ ଦୀର୍ଘଦିନ ଧରି ଫେରାର ଥିବାବେଳେ ସୂଚନା ପାଇ ପୋଲିସ ଗିରଫ କରିଛି ।

ଏହାସହ ତା ନିକଟରୁ ଗୋଟିଏ ମlଉଜର ଓ ୫ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୋଲିସ । ଗିରଫ ଶଙ୍କରର ଘର ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମର ହୋଇଥିବା ବେଳେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଚକମା ଦେଇ ଫେରାର ହୋଇଯାଇଥିଲା ।

ତା ନାଁରେ ମର୍ଡର, ଡକାୟତି ଭଳି ୧୩ଟି ସଙ୍ଗୀନ ମାମଲା ବିଭିନ୍ନ ଥାନା ଅଞ୍ଚଳରେ ରହିଥିବା ବେଳେ ସହଯୋଗୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ସୂଚନା ଦେଇଛନ୍ତି ।

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

Odisha Halchal

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

ଅଗ୍ନିକାଣ୍ଡରେ ୧୮ ପରିବାର ସର୍ବସ୍ବାନ୍ତ

Odisha Halchal

Leave a Comment