ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

ଦୀର୍ଘଦିନ ଧରି ଫେରାର ଅପରାଧୀ ଗିରଫ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଅଂଚଳର କୁଖ୍ୟାତ ଅପରାଧୀ ଶଙ୍କର ନାୟକ ଦୀର୍ଘଦିନ ଧରି ଫେରାର ଥିବାବେଳେ ସୂଚନା ପାଇ ପୋଲିସ ଗିରଫ କରିଛି ।

ଏହାସହ ତା ନିକଟରୁ ଗୋଟିଏ ମlଉଜର ଓ ୫ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୋଲିସ । ଗିରଫ ଶଙ୍କରର ଘର ଜଗନ୍ନାଥପ୍ରସାଦ ଥାନା ବେଗୁନିଆ ଗ୍ରାମର ହୋଇଥିବା ବେଳେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଚକମା ଦେଇ ଫେରାର ହୋଇଯାଇଥିଲା ।

ତା ନାଁରେ ମର୍ଡର, ଡକାୟତି ଭଳି ୧୩ଟି ସଙ୍ଗୀନ ମାମଲା ବିଭିନ୍ନ ଥାନା ଅଞ୍ଚଳରେ ରହିଥିବା ବେଳେ ସହଯୋଗୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ସୂଚନା ଦେଇଛନ୍ତି ।

Related posts

ରାମଚଣ୍ଡୀ ଉପକୂଳ ବିକାଶ ପରିଷଦ ଶ୍ରମିକ ସଂଗଠନ ତରଫରୁ ପତକା ଉତ୍ତୋଳନ

Odisha Halchal

ଛତ୍ରପୁର ଥାନା ଏ ଏସ ଆଇଙ୍କୁ ସମ୍ଭର୍ଦ୍ଧନା

Odisha Halchal

ମାର୍ଚ୍ଚ ୧୪ ରୁ ସଂସଦ ବଜେଟ୍ ଅଧିବେଶନ ପୁନଃ ଆରମ୍ଭ ହେବ, ଜାରି ରହିବ କୋଭିଡ କଟକଣା

Odisha Halchal

Leave a Comment