ଅପରାଧଓଡ଼ିଶା ଖବରନ୍ୟୁଜ୍

ଥମୁନି ଧଳାଜହର କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

ଥମୁନି କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

ଥମୁନି ଧଳାଜହର କାରବାର । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ଧଳାଜହର ଜବତ ହୋଇଛି । ଏହାସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ , ଶନିବାର ଦିନ କମର୍ଦ୍ଦା ଅଞ୍ଚଳରେ ଧଳାଜହର କାରବାର ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଯାହାକି ଭୋଗରାଇ ବ୍ଲକ କମର୍ଦ୍ଦା ଥାନାଠୁ ୫୦୦ ମିଟରରେ ରହିଛି । ୫୭ନଂ ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଦୋକାନରେ କିଛି ଯୁବକଙ୍କୁ ଧଳାଜହର କିଣାବିକା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଜଳେଶ୍ୱର ଓ ଭୋଗରାଇର ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ଚଢାଉ ୨୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଆଉ ସବୁ କେଉଁ ଆଡେ ଲିଙ୍କ ଅଛି । ସେନେଇ ଖୋଲତାଡ଼ କରୁଛି ଅବକାରୀ ବିଭାଗ ।

Related posts

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Odisha Halchal

Leave a Comment