ଓଡ଼ିଶା ଖବରନ୍ୟୁଜ୍

ତାର ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ

ତାର ମରାମତି ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ମଗଂଳାଯୋଡି ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଲାଲୁ ସାହୁ । ତାଙ୍କ ବୟସ ୧୬ ବର୍ଷ ।

ଲାଲୁ ନିଜ ଘରେ କାଠ କାମ ପାଇଁ ବିଦ୍ୟୁତ ତାର ମରାମତି କରିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।

ଚିକିତ୍ସା ପାଇଁ ପରିବାର ଲୋକ ଟାଙ୍ଗୀ ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଟାଙ୍ଗୀ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Related posts

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

Odisha Halchal

ଜମିବାଡ଼ିକୁ ନେଇ ମହାଭାରତ

Odisha Halchal

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

Leave a Comment