ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

ନକଲି ପୋଲିସ୍ କୁ ଗିରଫ କଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।

ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୋଲିସ ବୋଲି କହିବା ସହ ଚାକିରୀ କରାଇଦେବା ପାଇଁ କହି ଟଙ୍କା ଠକୁଥିଲା ସୁଜିତ । ଗତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିଲା ।

ଘଟଗାଁର ଏକ ଲଜରେ ପୋଲିସ ଯୁନିଫର୍ମରେ ରହିଥିବା ସମୟରେ ଘଟଗାଁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକଠାରୁ ପୋଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ନିଜକୁ ଆଇପିଏସ ଅଫିସର କହୁଥିବା ଯୁବକ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସି ଯାଇଥିଲା ଠକ ଯୁବକ ।

Related posts

୪୧କେଜି ୪୫ଗ୍ରାମ ଗଞ୍ଜେଇ ସହ ଦୁଇ ଗିରଫ

Odisha Halchal

ଖେଳ ମାଷ୍ଟରାଣୀଙ୍କ ପ୍ରେମ ଖେଳ ସ୍ୱାମୀଙ୍କ ପାଇଁ ସାଜିଲା କାଳ

Odisha Halchal

ଶୀଘ୍ର ଆସିବ 5G: ୪ ଲକ୍ଷ ୩୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ

Odisha Halchal

Leave a Comment