ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଝାଡାବାନ୍ତିରେ ଆକ୍ରାନ୍ତ ଶତାଧିକ ଲୋକ

ଝାଡାବାନ୍ତିରେ ଆକ୍ରାନ୍ତ ଶତାଧିକ ଲୋକ

ଢେଙ୍କାନାଳ :- ଏନଏସିରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।ସୂଚନା ଅନୁସାରେ, ଏନଏସିର ୧୪ନମ୍ବର ୱାର୍ଡ ପରୁଣା ରଏକୁଳାରେ ବ୍ୟାପୁଛି ଝାଡାବାନ୍ତି । ଏଥିରେ ଜଣେ ନୁହେଁ କି ଦୁଇଜଣ ନୁହେଁ ଶତାଧିକ ଲୋକଙ୍କ ପାଖେ ଝଡ଼ାବାନ୍ତି ଦେଖିବାକୁ ମିଳିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆସିଛି ଯେ, ପାନୀୟ ଜଳ ଦୂଷିତ ପାଇଁ ଏରି ସମସ୍ୟା ବ୍ୟାପିବାରେ ଲାଗିଛି ।କିଛି ଆକ୍ରାନ୍ତ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଆକ୍ରାନ୍ତ ଆସି ଘରୁ ବାହାରି ଆସିପାରୁ ନାହାନ୍ତି ।

ପାନୀୟ ଜଳ ଦୂଷିତ ହୋଇଥିବାରୁ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସୀ ।ସାଧାରଣତଃ ଝାଡାବାନ୍ତି ସମସ୍ୟା ଫୁଡ଼ ପଏଜନ ବା ବିଭିନ୍ନ ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ରାଜ୍ୟରେ ଡେଙ୍ଗୁ ସମସ୍ୟା ଜାରି ରହିଥିବା ବେଳେ ଶତାଧିକ ଲୋକେ ଏପରି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ

Odisha Halchal

ମୋବାଇଲ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ତାଙ୍କ ଦୁଇ ସାଙ୍ଗ

Odisha Halchal

Leave a Comment