ଅପରାଧଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ବନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଜଣେ ଶିକ୍ଷୟତ୍ରୀଙ୍କ ସ୍ୱାମୀ ଏଭଲି କରିଥିବା ଜଣାପଡିଛି ।

ଉକ୍ତ ଶିକ୍ଷୟତ୍ରୀ ଏକ ଦାବି ନେଇ ଆନ୍ଦୋଳନ କରିଥିଲେ । ସେହି ଦାବି ପୂରଣ ହେବାରେ ବିଳମ୍ବ ହେବାରୁ ତାଙ୍କ ସ୍ୱାମୀ ଆକ୍ରୋଶର ଶୀକାର ହୋଇଥିବା ଜଣାପଡିଛି । ଟାଉନ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ।

ସେହିପରି ସିସିଟିଭି ଫୁଟେଜରୁ ଜଣାପଡିଛି ଶିକ୍ଷୟତ୍ରୀ ଓ ତାଙ୍କର ସ୍ୱାମୀ ପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀ ସେନାପତିଙ୍କୁ କିଛି ପ୍ରସଙ୍ଗରେ ଅଭିଯୋଗ କରିଥିଲେ । ଏହାପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ସ୍ୱାମୀ ସୁମନ ସାହୁଙ୍କ ଏକ ମୁଥା ମାଡରେ ଜିଲ୍ଲା ଶିକ୍ଷା ଅଧିକାରୀ ତଳେ ପଡିଯାଇଥିଲେ । ପରେ ଶିକ୍ଷୟତ୍ରୀ ମଧ୍ୟ ଆକ୍ରମଣ କରିଥିଲେ ।

Related posts

ଝାଡ଼ୁକଲା ବେଳେ ଜେଲ୍‌ରୁ ଖସିଗଲା ଅଭିଯୁକ୍ତ

Odisha Halchal

ଜୁନ୍‌ରେ ସମବାୟ ନିର୍ବାଚନ, ଭୋଟ୍ ଦେବେ ୩୦ ଲକ୍ଷ ସଦସ୍ୟ!

Odisha Halchal

ମା ଙ୍କ ଭସାଣି ରେ ଯୁବକ ମୃତ

Odisha Halchal

Leave a Comment