ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି; ୩ ଟଙ୍କା ବଢିଲା ସିଏନଜି ଦର

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ପରେ ସିଏନଜି ଦାମ୍ ମଧ୍ୟ ବଢିବାରେ ଲାଗିଛି । ମଙ୍ଗଳବାର ସିଏନଜି କିଲୋ ପିଛା ୩ ଟଙ୍କା ମହଙ୍ଗା ହୋଇଛି । ଗତ ୭ ଦିନ ହେଲା ସିଏନଜିରେ ପ୍ରାୟ ୯ ଟଙ୍କା ୬୦ ପଇସା ବୃଦ୍ଧି ଘଟିଲାଣି ।

ଗତ କିଛିଦିନ ତଳେ ସିଏନଜି ଦାମ୍ ୨ ଟଙ୍କା ୫୦ ପଇସା ବଢିଥିଲା । ଗୁରୁବାର ପୁଣି ୩ ଟଙ୍କା ବଢିବା ପରେ ଦିଲ୍ଲୀରେ ସିଏନଜି ଦାମ୍ ୬୯ ଟଙ୍କା ୧୧ ପଇସା ଥିବା ବେଳେ ନୋଏଡା, ଗ୍ରେଟର୍ ନୋଏଡା, ଗାଜିଆବାଦରେ ୭୧ ଟଙ୍କା ୬୭ ପଇସା ରହିଛି ।

ଉତ୍ତର ପ୍ରଦେଶର ମୁଜାଫର ନଗର, ମେରଠ, ସାମଲିରେ ସିଏନଜି ୭୬ ଟଙ୍କା ୩୪ ପଇସାରେ ବିକ୍ରି ହେଉଛି । ଗୁରୁଗାଓଁରେ ସିଏନଜି କେଜି ପିଛା ୭୭ ଟଙ୍କା ୪୪ ପଇସା ରହିଛି । ରେବାଡିରେ କେଜି ପିଛା ସିଏନଜି ଦର ୭୯.୫୭ ଟଙ୍କା ରହିଛି ।

ବଢିନି ପେଟ୍ରୋଲ-ଡିଜେଲ ଦର

ତେବେ ଗୁରୁବାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି । କମ୍ପାନୀମାନେ ଦାମ୍ ବୃଦ୍ଧି କରିନାହାଁନ୍ତି । ଗତ ୧୭ ଦିନ ମଧ୍ୟରେ ପ୍ରାୟ ୧୦ ଟଙ୍କା ପେଟ୍ରୋଲ ଦର ବୃଦ୍ଧି ପାଇଲାଣି ।ଦୈନକ ପ୍ରାୟ ୮୦ ପଇସା ଲେଖାଏଁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି ।

Related posts

ମିଲିଟୋପୋଲ୍‌ର ମେୟର୍‌ଙ୍କୁ ଅପହରଣ କରି ନେଇଛନ୍ତି ରୁଷୀୟ ସୈନିକ

Odisha Halchal

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

Odisha Halchal

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Odisha Halchal

Leave a Comment