ଓଡ଼ିଶା ଖବରନ୍ୟୁଜ୍

ଚଳନ୍ତା ସ୍କର୍ଫିଓ ଗାଡ଼ିରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ୯ ଯାତ୍ରୀ

ଚଳନ୍ତା ସ୍କର୍ଫିଓ ଗାଡ଼ିରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ୯ ଯାତ୍ରୀ

ବୌଦ୍ଧ ବାଏ ପାସ୍ ଟୁଟୁସୀଙ୍ଗା ନିକଟରେ ଆଜି ରାତି ପ୍ରାୟ 8 ଘଣ୍ଟା 20 ମିନିଟ ସମୟରେ ଏକ ଚଳନ୍ତା ସ୍କର୍ଫିଓ ଗାଡ଼ିରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିବା ଦେଖିବାକୁ ମିଳିଛି।ମାତ୍ର ସୌଭାଗ୍ୟ କୁ ଗାଡ଼ିରେ ଥିବା 9 ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ର ରାଜ୍ୟ ନାଗପୁର ଅଞ୍ଚଳର ଗୋଟିଏ ପରିବାର ଏକ ସ୍କର୍ପିଓ ଯାହାର ନମ୍ୱର୍ mh 28 a n 0677 ଯୋଗେ ପୁରୀରୁ ଜଗନ୍ନାଥ ଦର୍ଶନ କରି ନାଗପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଚଳନ୍ତା ଗାଡ଼ିର ଇଂଜିନରେ ନିଆଁ ଲାଗିଯାଇ ଜଳିଁବା ଆରମ୍ଭ କରିଥିଲା।

ନିଆଁକୁ ଦେଖି ଟୁଟୁସୀଙ୍ଗା ବାଏ ପାସ୍ ନିକଟରେ ସମସ୍ତ ଯାତ୍ରୀ ଗାଡିରୁ ଓହ୍ଲାଇ ପଡିଥିଲେ।ଏହା ଦେଖି ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗାଡ଼ିରେ ଭିତରେ ଥିବା ସମସ୍ତ ଲଗେଜ୍ ଓ ଗାଡ଼ିଟି ସମ୍ପୂର୍ଣ୍ଣ ରୂପେ ପାଉଁଶ ହୋଇନଥିବା ଦେଖିବାକୁ ମିଳିଛି। ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି।

Related posts

ଗିରଫ ହେଲା ରାସ୍ତା କଡର ସୂଚନା ଫଳକ ଏବଂ ବେରୀୟର ଚୋର

Odisha Halchal

ମୁଖ୍ୟ ରାସ୍ତାରେ ଚାଲିଛି ଖେଳ ପ୍ରତି ଯୋଗୀତା

Odisha Halchal

ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର 40ତମ ବାର୍ଷିକ ଉତ୍ସବ

Odisha Halchal

Leave a Comment