ଅପରାଧଓଡ଼ିଶା ଖବର

ଗୁରୁ-ଶିଷ୍ୟର ସଂପର୍କରେ କଳଙ୍କ ଛିଟା : ନାବାଳିକା ଛାତ୍ରୀଙ୍କୁ ବ୍ଲାକମେଲିଂ

ଗୁରୁ ଏବଂ ଶିଷ୍ୟର ସଂପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ । ତାହା ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ବରେ ଥିବା ମାଟ୍ରୋନ୍ । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଛି ଦିନ ପାଇଁ ବିଦ୍ୟାଳୟ ଆସିନଥିଲେ । ବିଦ୍ୟାଳୟକୁ ଯେବେ ସେ ଫେରିଥିଲେ, ସେତେବଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମାଟ୍ରୋନ୍ ଜୟନ୍ତୀ ପାତ୍ର ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏବାବଦରେ ବାହାରେ କାହାକୁ ନ ଜଣାଇବାକୁ କହିଥିଲେ ।  ଯଦି ଛାତ୍ରୀ ଜଣକ ଏବାବଦରେ କାହାକୁ ଜଣାଇବେ । ତେବେ ଛାତ୍ରୀ ଜଣଙ୍କର ଗାଧୋଇବା ସମୟର ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମାଟ୍ରୋନ୍ । ଯାହାକୁ ନେଇ ନାବାଳିକା ଛାତ୍ରୀଙ୍କ ପରିବାର ଲୋକେ ଉଦଳା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ସେପଟେ ଏ ବାବଦରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିଥିଲେ । ଏହା ସହିତ ଯାହା ପ୍ରତିକ୍ରିୟା ଦବେ ତାଙ୍କ ଅଫିସ୍‌ରେ ଦେବେ ବୋଲି କହିଛନ୍ତି । ମାଟ୍ରୋନଙ୍କୁ ଏ ବାବଦରେ ପଚାରିବାରୁ ସେ ଗଣମାଧ୍ୟମ ଆଗରେ ହାତ ଯୋଡି ବାଇଟ୍ ଦେବେ ନାହିଁ ବୋଲି ଭୁଲ୍ ମାଗିଥିଲେ।

Related posts

ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

Odisha Halchal

ମାମୁଁଙ୍କ ପାଇଁ ଭଣଜା ଗଲା ଜେଲ !

Odisha Halchal

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

Odisha Halchal

Leave a Comment