ଓଡ଼ିଶା ଖବରନ୍ୟୁଜ୍

ଖେଳ ଖେଳୁଥିବା ସମୟରେ ଅଘଟଣ

ଖେଳ ଖେଳୁଥିବା ସମୟରେ ଅଘଟଣ

ବଲାଙ୍ଗୀର:-ଏଵେ ସମସ୍ତ ସ୍କୁଲ ରେ ଚାଲିଛି କ୍ରୀଡା ପ୍ରତିଯଗିତା ହେଲେ ଏପରି ବିପଦ ଘଟିବ ବୋଲି କେହି ଜାଣିନଥିଲେ ଖେଳ ଖେଳୁ ଖେଳୁ ଭି ଏମିତି ହୋଇପାରେ ବୋଲି ସାରା ସ୍କୁଲ ଏବଂ ସାରା ବଲାଙ୍ଗୀର ବାସି କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଖେଳ ପଡିଆ ଆରେ ଖେଳ ଖେଳୁଥିବା ସମୟରେ ବେକରେ ପଶିଗଲା ଜେବଲିନ ଥ୍ରୋ କରୁଥିବା ସେହି ଲୁହା ରଡ଼ ଏପରି ଘଟଣା ଘଟିବାର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ର ଆଗଲ୍ ପୁର୍ ଗ୍ରାମର ଆଗଲ ପୂର୍ ସ୍କୁଲ ରେ । ଜଣେ ଛାତ୍ର ଜେଭ୍ଲିନ ଥ୍ରୋ କରିବ ସମୟରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ପଶିଯାଇଥିଲା ଜେଭ୍ଲିନ ଥ୍ରୁ କରୁଥିବା ସେହି ଲୁହା ରଡ ଏହି ଘଟଣା ଖୁ ଦେଖି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶୀଘ୍ର ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କୁ ଆଣିଥିଲେ ।

ସମସ୍ତ ବିଷୟ ଜାଣିବା ପାଇଁ ଅତିରିକ୍ତ ଜିଲ୍ଲା ପଳ ମଧ୍ୟ ଆସିଥିଲେ । କଟର ସାହାଯ୍ୟ ବେକରେ ରଡ କୁ କଟା ଯାଇ ଦୀର୍ଘ ଚାରି ଘଣ୍ଟା ଧରି ଅପରେସନ କରା ଯିବା ପରେ ଅପରେସନ ଟି ସଫଳ ହୋଇଛି ଓ ଛାତ୍ର ଟି ଭଲ ଅଛି ବୋଲି ଡାକ୍ତର ଓ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଆଗ କୁ ଯାହା ଖର୍ଚ୍ଚ ହେବ ସରକାର ବହନ କରିବ ବୋଲି ମଧ୍ୟ କହିଛନ୍ତି ।

Related posts

ବାଙ୍କୀ ନୂଆଗାଁରେ ରାଜନୈତିକ ହିଂସା

Odisha Halchal

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ୩ ଅଞ୍ଚଳର ଗିରଫ

Odisha Halchal

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

Leave a Comment