ଓଡ଼ିଶା ଖବରନ୍ୟୁଜ୍

ଖରିଦିପିପଳ ସେବା ସମବାୟ ସମିତିର ସଭାପତି ହେଲେ କେଶବ ଚନ୍ଦ୍ର ପାଲ

ଖରିଦିପିପଳ ସେବା ସମବାୟ ସମିତିର ସଭାପତି ହେଲେ କେଶବ ଚନ୍ଦ୍ର ପାଲ

ବାଲେଶ୍ୱର:-(ରିପୋର୍ଟ-ସୌରଭ ରାଉଳ)ଭୋଗରାଇ ବ୍ଲକ ଖରିଦିପିପଳ ସେବା ସମବାୟ ସମିତିର ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳା ଭାବେ ସହିତ ଶେଷ ହୋଇଛି।ସଭାପତି ଆସନ ପାଇଁ କେଶବ ଚନ୍ଦ୍ର ପାଲ ଓ ଆଶୁତୋଷ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ।ସଭାପତି ନିର୍ବାଚନରେ ୧୫ ଜଣ ନିର୍ବାଚିତ ଡ଼ାଇରେକ୍ଟର ନିଜ ନିଜ ନିଜର ମତଦାନ କରିଥିଲେ।

ଆଶୁତୋଷ ମହାନ୍ତି ୫ ଖଣ୍ଡ ଭୋଟ ପାଇଥିଲା ବେଳେ କେଶବ ଚନ୍ଦ୍ର ପାଲ ୧୦ ଖଣ୍ଡ ଭୋଟ ପାଇଥିଲେ।ଶ୍ରୀମହାନ୍ତି ଠାରୁ ୫ଖଣ୍ଡ ଅଧିକ ଭୋଟ ପାଇ କେଶବ ଚନ୍ଦ୍ର ପାଲ ବିଜୟୀ ର ମୁକୁଟ ପିନ୍ଧିଥିଲେ ।ଶ୍ରୀ ପାଲ ସଭାପତି ଭାବେ ବିଜୟୀ ହୋଇ ଥିବାରୁ ବିଜେଡି କର୍ମୀ ମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ।ପରେ ନିଜ ନିଜ ମଧ୍ୟରେ ମିଠା ବାଣ୍ଟି ବାଣ ଫୁଟାଇ ବିଜୟୀ ଉତ୍ସବ ପାଳିଥିଲେ।ଶ୍ରୀ ପାଲ ସଭାପତି ଭାବେ ବିଜୟୀ ହେବା ପରେ ଦଳର ସମସ୍ତ କର୍ମୀଙ୍କୁ ବିଜୟର ଶ୍ରେୟ ଦେବା ସହିତ ସମବାୟ ସମିତିର ଦୀର୍ଘଦିନ ଧରି ରହିଥିବା କୃଷକମାନଙ୍କ ସମସ୍ୟା କିପରି ତୁରନ୍ତ ସମାଧାନ ହେବ ସେ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଏହି ବିଜୟ ଉତ୍ସବରେ ସମlଜସେବୀ ଯୁଗେନ୍ଦ୍ର ପାଲ,ସରପଞ୍ଚ ଶିଶିର ରଣା,ପୂର୍ବତନ ଜିଲ୍ଲାପରିଷଦ ହେମନ୍ତ ବେହେରା,ରାଜକିଶୋର ଜେନା,ଅରୁଣ କୁମାର ଜେନା,ଶ୍ରୀପତି ଜେନା ,ଗଙ୍ଗାଧର ସିଂ,ପ୍ରତାପ ସିଂ,ଦେବବ୍ରତ ମହାନ୍ତି,ଅନନ୍ତ ସାମଲ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସଭାପତିଙ୍କୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ .ଏହି ନିର୍ବାଚନକୁ ଭୋଗରାଇ ବ୍ଲକ ସମବାୟ ସମିତିର ସମ୍ପ୍ରସାରଣ ଅଧିକାରୀ ବସନ୍ତ ଗିରି ଉପସ୍ଥିତି ରହି ପରିଚାଳନା କରିଥିଲେ। ବେଳେ ନିର୍ବାଚନ ଅଧିକାରୀ ଭାବେ ଅଜୟ ପଣ୍ଡା ନିୟୋଜିତ ହଇଥିଲେ . କମର୍ଦ୍ଦା ପୋଲିସ ଉପସ୍ତିତିରେ ନିର୍ବାଚନ ପ୍ରକିୟା ଶାନ୍ତି ଶୁଙ୍ଖଳl ଭାବେ ସମାପନ ହଇଥିଲା .କର୍ମୀ ମାନଙ୍କ ମଧ୍ୟରେ ବେଶ ଖୁସୀ ଓ ଉତ୍ସାହ ଦେଖିବାକୁ ମିଳିଥିଲା।

Related posts

ଜଣାଶୁଣାଣି କାର୍ଯ୍ୟକ୍ରମରେ ଶ୍ରମିକଙ୍କ ଦେଖାନାହିଁ

Odisha Halchal

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Odisha Halchal

ମୋର୍ବୀ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ପାଇଁ କ୍ଯାଣ୍ଡେଲ ଶୋଭାଯାତ୍ରା

Odisha Halchal

Leave a Comment