ଅପରାଧଓଡ଼ିଶା ଖବରନ୍ୟୁଜ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଏନେଇ ତଦନ୍ତର ମୋଡ଼ ବଦଳାଇବାକୁ କମିଶନରେଟ୍ ପୋଲିସ୍ ର ସହାୟତା ଲୋଡ଼ିଛି ଚାନ୍ଦବାଲି ପୋଲିସ୍ ।

ହତ୍ୟା ଭୁବନେଶ୍ୱରରେ ଘଟିଥିବାରୁ ଅଧିକ ତଥ୍ୟ ପାଇଁ ସହାୟତା ଲୋଡ଼ା ଯାଇଛି । ଏନେଇ ସ୍ପେଶାଲ ସ୍କ୍ୱାର୍ଡ଼ ଏସିପି ସଂଜୀବ ଶତପଥୀ ସୁଚନା ଦେଇଛନ୍ତି ।

କୁହାଯାଇଛି ଯେ “ସେମାନେ ଆମର ସହାୟତା ଲୋଡ଼ିଛନ୍ତି ଏବଂ ଆମେ ବି ପ୍ରତି ଟି କ୍ଷେତ୍ରରେ ସହାୟତା କରୁଛୁ” । ତେଣୁ ଫେରାର ଅଭିଯୁକ୍ତକୁ ଧରିବାକୁ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇଛି ।

ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର ଉପରେ ଘରେ ରଖାଯାଇଥିଲା । ଚର୍ଚ୍ଚା ହେଉଛି, ଅଶ୍ଲୀଳ ଭିଡିଓ ପାଇଁ ଅପହରଣ ଓ ପରେ ମାନସଙ୍କୁ ହତ୍ୟା କରାଯାଇଛି । ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା ।

ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ ।କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ ।

Related posts

ଦହ୍ୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Odisha Halchal

ବୌଦ୍ଧରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

Odisha Halchal

ଲମତାପୁଟରେ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Odisha Halchal

Leave a Comment