ଓଡ଼ିଶା ଖବରନ୍ୟୁଜ୍

କୂଅ ଭିତରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କୂଅ ଭିତରୁ ଷଣ୍ଢକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଗଞ୍ଜାମ:-(ରିପୋର୍ଟ :-ପୂର୍ଣ୍ଣ ଚନ୍ଦ୍ର ପୋଲାଇ )ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ଚୈତନ୍ୟ ପ୍ରସାଦର ଏକ କୂଅରୁ ଗୋଟିଏ ଷଣ୍ଢ କୁ ଉଧାର କରିଛି ଅଗ୍ନିଶମ ବାହିନୀ.ସୂଚନା ଅନୁସାରେ ଚୈତନ୍ୟ ପ୍ରସାଦର କେଦାର ପ୍ରଧାନଙ୍କ ବାରି ପଟେ ଥିବା କୂଅ ପାଖରେ ଗୋଟିଏ ଷଣ୍ଢ ବୁଲୁଥିବା ସମୟରେ ଅସାବଧାନତା ବଶତଃ କୂଅ ଭିତରେ ପଡିଯାଇଥିଲା.

କେଦାରଙ୍କ ମା ଚାଇଁ ପ୍ରଧାନ କୌଣସି କାମରେ ବାହାରକୁ ଯାଇଥିବା ସମୟରେ କୂଅ ଭିତରୁ କିଛି ଶବ୍ଦ ଶୁଣି ଗାଁ ଲୋକଙ୍କୁ ଖବର ଦେଇଥିଲେ. କିଛି ଲୋକ ସେଠାରେ ପହଞ୍ଚି ଦେଖିଲେ ଗୋଟିଏ ଷଣ୍ଢ କୂଅଭିତରେ ପଡି ଛଟପଟ ହେଉଛି. କୂଅଟି ବହୁତ ଗଭୀର ଥିବାରୁ ଅନେକ ଚେଷ୍ଟା କରିମଧ୍ୟ ଷଣ୍ଢ ଟିକୁ ଉଦ୍ଧାର କରିପାରିନଥିଲେ

ପରେ 112 ରେ ଫୋନ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ. ଖବର ପାଇ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ଷଣ୍ଢଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଯାହା ଫଳରେ ଏକ ନିରୀହ ଜୀବର ଜୀବନ ରକ୍ଷା ହୋଇପାରିଲା. ଅଗ୍ନିଶମ ବାହିନୀର ଏହିଭଳି କାର୍ଯ୍ୟ ଦକ୍ଷତା କୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି.

Related posts

ହନୀଟ୍ରାପ୍‌ରେ ଫସିଲେ ଯବାନ, ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟକୁ ଗୋପନୀୟ ତଥ୍ୟ ଦେଇ ଗିରଫ

Odisha Halchal

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

Odisha Halchal

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

Odisha Halchal

Leave a Comment