ଅପରାଧଓଡ଼ିଶା ଖବରନ୍ୟୁଜ୍

କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର

କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର

ଏମିତି ବି ଆସେ ମୃତ୍ୟୁ…। ଆଖି ପିଛୁଳାକେ ସବୁ କିଛି ଖିନ୍‌ଭିନ୍‌ ହୋଇଗଲା। କିଛି ଭାବିବା ଆଗରୁ ମାଡ଼ି ଗଲା ଟ୍ରାକ୍ଟର। ଚାଲିଗଲା ଦୁଇ ଜଣ ବ୍ୟକ୍ତିଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଘଟିଛି।
ଟ୍ରାକ୍ଟରଟି ପଦ୍ମପୁରରୁ କେନ୍ଦୁଗୁଡା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା।

ତେବେ କେନ୍ଦୁଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ହଠାତ ଟ୍ରାକ୍ଟରର ବାମ ପାର୍ଶ୍ୱ ଆଗ ଚକ ବାହାରି ପଳାଇ ଯାଇଥିଲା। ଏହା ପରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଗତିପଥ ବଦଳାଇ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ନରସିଂହ ଶବର ଓ ଲାଲୁ ବୀରଙ୍କ ଉପରେ ମାଡ଼ି ଯାଇଥିଲା।

ଘଟଣାସ୍ଥଳରେ ନରସିଂହ ଶବରଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଲୁବୀର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଗୁଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପଦ୍ମପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଛି।ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିଛି।

Related posts

ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ

Odisha Halchal

ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ବ୍ଲକ ଘେରାଉ

Odisha Halchal

ସଙ୍କଟରେ କୁମ୍ଭକାର(କୁମ୍ଭାର) ଙ୍କ ପରିବାର

Odisha Halchal

Leave a Comment