ଓଡ଼ିଶା ଖବରନ୍ୟୁଜ୍

କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

କପିଳାସ କାଇମାଟିରେ ଦୁର୍ଘଟଣା ପୋଲ ତଳକୁ ଖସିଲା ବାଇକ,

କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପୋଲ ତଳକୁ ଖସି ପଡିଛି । ଫଳରେ ପୋଲ ତଳେ ପାଣିରେ ପଡି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡିଛି ।

ଉଭୟ ଯୁବକ ଭୁବନ ଯାଇ ଗତ ରାତିରେ ଘରକୁ ଫେରୁଥିଲେ ବୋଲି ଜଣାପଡିଛି । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ସଦର ଥାନା ପୁଲିସ ପହଂଚି ମୃତଦେହ ଓ ବାଇକ ଉଦ୍ଧାର କ୍ଷରି ତଦନ୍ତ ଜାରି ରଖିଛି ।

Related posts

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

Odisha Halchal

ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେ ଉଦ୍‌ଘାଟିତ

Odisha Halchal

Leave a Comment