ଅପରାଧଓଡ଼ିଶା ଖବରନ୍ୟୁଜ୍

ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳର ଜଣେ ୬ବର୍ଷର ନାବାଳିକାକୁ ନାବାଳକ ଦୁଷର୍ମ କରିଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ନାବାଳକକୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ଅଭିଯୋଗ ଅନୁସାରେ, ନାବାଳିକାଙ୍କ ବାପାମା’ ଦିନ ମଜୁରିଆ ଭାବେ କାମ କରନ୍ତି। ଝିଅକୁ ଏକା ଘରେ ଛାଡ଼ି କାମକୁ ଯାଆନ୍ତି। ଗତକାଲି ଝିଅଟି ଏକା ଥିଲା ବେଳେ ଅଭିଯୁକ୍ତ ନାବାଳକ ଏକ ଟଙ୍କା ଦେବା ପାଇଁ ଲୋଭ ଦେଖାଇ ଡାକିଥିଲା। ପରେ ଅନ୍ୟ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମା’ କାମରୁ ଆସିବା ପରେ ଝିଅ ସବୁ କଥା କହିଥିଲା। ଏନେଇ ମା’ କରଞ୍ଜିଆ ଥାନାରେ ଏତଲା ଦେଇଥିଲେ। ଗତକାଲି ରାତିରେ ପୁଲିସ ଅଭିଯୁକ୍ତ ନାବାଳକକୁ ରାଇରଙ୍ଗପୁର ଅଞ୍ଚଳରୁ ଗିରଫ କରିଥିଲା।

Related posts

ଧରାପଡିଲେ ଦୁଇ ସାଇବର ଠକ

Odisha Halchal

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

Odisha Halchal

ବଢ଼ିଲା ସୁନା ଓ ରୁପା ମୂଲ୍ୟ; ୧୦ ଗ୍ରାମ ପ୍ରତି କେତେ ହେଲା ଜାଣନ୍ତୁ ଦାମ

Odisha Halchal

Leave a Comment