ଓଡ଼ିଶା ଖବରନ୍ୟୁଜ୍

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି,ଆଜି ଠାରୁ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ
ଆଜି ଠାରୁ କଟକ ଏସସିବିରେ ଅନଲାଇନ୍ ଓପିଡ଼ି ସେବା ଆରମ୍ଭ ହୋଇଯାଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡ଼ୋର ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି । http://eswasthya.odisha.gov.in ଏହି ସାଇଡ଼୍‌ରେ ଅନଲାଇନ୍ ସୁବିଧା ମିଳୁଥିବା ହସ୍ପିଟାଲ କର୍ତ୍ତୁପକ୍ଷ ସୁଚନା ଦେଇଛନ୍ତି ।

କେବଳ ଓପିଡ଼ିରେ ଅନଲାଇନ ସ୍ଲଟ୍‌ ବୁକିଂ କରିବା ନୁହେଁ ବରଂ ଆଗକୁ ଏହି ପୋର୍ଟାଲରେ ଜରିଆରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିକ୍ଷା ରିପୋର୍ଟ ମଧ୍ୟ ହାସଲ କରିପାରିବେ । ଏହା ସହିତ ବିଭିନ୍ନ ପ୍ରକାର ଡାଇଗ୍ନୋଷ୍ଟିକ ବା ପରୀକ୍ଷା ଯଥା ଅଲ୍ଟ୍ରାସାଉଣ୍ଡ, ଏମଆରଆଇ, ସିଟି ସ୍କାନ ଭଳି ସେବାର ପଞ୍ଜିକରଣ କାର୍ଯ୍ୟକୁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ ।

ଏସସିବି ପ୍ରଥମ ମେଡିକାଲ ଭାବେ ଏହି ସେବାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି । ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ବ୍ୟବସ୍ଥାକୁ କିପରି ଅଧିକ ସହଜ କରି ହେବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଉଛି,” କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ।

Related posts

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

ମିସ୍ ଇଣ୍ଡିଆ-୨୦୨୨: ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସିନୀ ଶେଟ୍ଟୀ ଜିତିଲେ ଟାଇଟଲ୍

Odisha Halchal

ଭୁବନେଶ୍ବର ରେଲୱେ ଷ୍ଟେସନରୁ ଚୋରି ଅଭିଯୋଗ : ୩ ଆନ୍ତରାଜ୍ୟ ଲୁଟେରା ଗିରଫ

Odisha Halchal

Leave a Comment