ଅପରାଧଓଡ଼ିଶା ଖବରନ୍ୟୁଜ୍

ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା, ପ୍ରେମିକ ବିକାଶକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା । ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ଝାଡଖଣ୍ଡରୁ ଅଭିଯୁକ୍ତ ବିକାଶ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯିବ । ପୂର୍ବରୁ ବିକାଶଙ୍କ ପ୍ରେମିକା ପାୟଲ ମହାପାତ୍ର ଗିରଫ ହୋଇଥିଲେ।

ଖବର ଅନୁଯାୟୀ, ପାୟଲ ସମ୍ପୃକ୍ତ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ଉକ୍ତ କଲେଜର ୨୦୧୯ ପାସ୍‌ଆଉଟ୍‌ ଛାତ୍ର ବିକାଶଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା । ବିକାଶ ଏହାର ସୁଯୋଗକୁ ହାତଛଡ଼ା କରି ନଥିଲେ । ବାପା ମାଙ୍କ ସ୍ୱାସ୍ଥ୍ୟଗତ ବାହାନା ଦେଖାଇ ପାୟଲଙ୍କୁ ଟ୍ରାପ କରିବାରେ ସକ୍ଷମ ହୋଇଥିଲେ ।

ବିକାଶଙ୍କ ପ୍ରେମରେ ପାଗଳ ପାୟଲ ଶେଷରେ କଲେଜ ଆକାଉଣ୍ଟ୍‌ରୁ ଟଙ୍କା ନେଇ ନିଜ ଆକାଉଣ୍ଟ୍‌ରେ ଡିପୋଜିଟ୍‌ କରି ଚାଲିଥିଲେ । ପରେ ଉକ୍ତ ଟଙ୍କାକୁ ଫୋନ୍‌ ପେ’ ଓ ଆକାଉଣ୍ଟ୍‌ ଟ୍ରାନ୍ସଫର ଜରିଆରେ ବିକାଶଙ୍କ ଆକାଉଣ୍ଟ୍‌କୁ ପଠାଇ ଦେଉଥିଲେ । ଏଭଳି ସେ ଗତ ବର୍ଷକ ମଧ୍ୟରେ କଲେଜ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଚଳୁ କରି ଦେଇଥିଲେ। କଲେଜ ଆକାଉଣ୍ଟ୍‌ ଅଡିଟ୍‌ ସମୟରେ ଏହି ଆତ୍ମସାତ ଘଟଣା ପଦାକୁ ଆସିଥିଲା ।

କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ପାୟଲଙ୍କୁ ଗିରଫ କରିଥିଲା । ଆଉ ଏବେ ପ୍ରେମିକ ବିକାଶ କୁମାରକୁ ଝାଡଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପୋଲିସ । ଏହି ରିମାଣ୍ଡ ସମୟରେ ଉଭୟଙ୍କୁ ମୁହାଁମୁହିଁ ଜେରା କରିବ ପୋଲିସ । ତେବେ ଏବେ ଯାଏଁ ହଡପ ଟଙ୍କା କେଉଁଠି ବିନିଯୋଗ ହୋଇଛି । ତାହା ସ୍ପଷ୍ଟ ହୋଇନି ।

Related posts

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

SBIର ନୂଆ ଗାଇଡଲାଇନ୍ କୁ ନେଇ ବିବାଦ, ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କୁ ଅସ୍ଥାୟୀ ଭାବେ ଅନଫିଟ୍ ଘୋଷଣା କରି ଅଡୁଆରେ ଷ୍ଟେଟ୍ ବ୍ୟାଙ୍କ

Odisha Halchal

ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ବଦଳିଲା ରିଲିଜ୍‌ ଡେଟ୍‌

Odisha Halchal

Leave a Comment