ଦେଶ ବିଦେଶନ୍ୟୁଜ୍

ଆହୁରି ଲମ୍ବା ଚାଲିବ ଋଷ-ୟୁକ୍ରେନ୍ ଯୁଦ୍ଧ

ଆହୁରି ଲମ୍ବା ଚାଲିବ ଋଷ-ୟୁକ୍ରେନ୍ ଯୁଦ୍ଧ

ଆଜି ୪୭ ଦିନରେ ପହଞ୍ଚିଛି ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ । ଦିନକୁ ଦିନ ଏହି ଯୁଦ୍ଧ ଅତି ଭୟଙ୍କର ରୂପ ମଧ୍ୟ ଧାରଣ କରୁଛି । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଏହି ବିବାଦ ଥମିବାର ନା ହିଁ ଧରୁନି ଏହାରି ମଧ୍ୟରେ ଉଭୟ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଯାହାର ପରିଣାମ ପୁରା ବିଶ୍ୱ ଦେଖୁଛି ।

ତେବେ ଏହି ଯୁଦ୍ଧ ଆହୁରି ଲମ୍ବା ଚାଲିବ ବୋଲି ଆକଳନ କରାଯାଉଥିବା ବେଳେ ଭିଡିଓ ଜାରି କରି ପାଶ୍ଚାତ୍ୟ ଦେଶ ମାନଙ୍କୁ ସହାୟତା ମାଗିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ।

ଭିଡିଓ ବାର୍ତ୍ତାରେ ଜେଲେନସ୍କି କହିଛନ୍ତି ଯେ ଆଗାମୀ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ଏହି ଦିନ ମାନଙ୍କରେ ଋଷ ଆକ୍ରମଣକୁ ଆହୁରି ବ୍ୟାପକ କରିବାକୁ ଯାଉଛି । ଯାହାର ଜବାବ୍ ପାଇଁ ଆମେ ପୁରା ପ୍ରସ୍ତୁତ ରହିଛୁ ମାତ୍ର ଆମକୁ ଆହୁରି ସହାୟତାର ଆବଶ୍ୟକତା ରହିଛି ତେଣୁ ପାଶ୍ଚାତ୍ୟ ଦେଶ ମାନଙ୍କୁ ଅନୁରୋଧ କରୁଛି ଯେ ଏହି ସଙ୍କଟ ସମୟରେ ୟୁକ୍ରେନ୍ କୁ ଅଧିକରୁ ଅଧିକ ସହାୟତା କରନ୍ତୁ ।

Related posts

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ମାରିଓପୋଲକୁ ସମ୍ପୂର୍ଣ୍ଣ ଅକ୍ତିଆର କରିବାକୁ ଅନ୍ତିମ ଲଢେଇ ଜାରି ରଖିଛି ଋଷ

Odisha Halchal

ଦେଶ ବିଦେଶର ମୁଖ୍ୟ ଖବର

Odisha Halchal

Leave a Comment