ଅପରାଧଓଡ଼ିଶା ଖବରନ୍ୟୁଜ୍

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ଚୋରା ମଦ ଜବତ

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ଚୋରା ମଦ ଜବତ

ଭଦ୍ରକ ଧାମନଗର ଥାନା ଡ଼ିପଦା ଗାଁରେ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନାଁ ହେଉଛି ମନୋଜ କୁମାର ନନ୍ଦ ଓ ପାହାଡ଼ପୁର ଗାଁର ରାକେଶ କୁମାର ଖୁଣ୍ଟିଆ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି

ଧାମନଗର ଥାନା ଖଡ଼ିପଦା, ପାହାଡ଼ପୁର, ଦେହୁଡ଼ି ଆନନ୍ଦପୁର, ଉତ୍ତେଇପୁର ଓ ଦୋବଲ ବଜାର ଅଞ୍ଚଳରେ ଚଢାଉ କରି ୧୮.୭୫୦ ଲିଟର ବିଅର, ୫ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୧୨ ଲିଟର ଦେଶୀ ମଦ ମଦ ଜବତ ହୋଇଛି

ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜୁ କରାଯାଇଛି ।

Related posts

ପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

Odisha Halchal

Leave a Comment