ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିବାବେଳେ ଅଗଷ୍ଟ ୮ ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ବିଷୟର ଫଳ । ଏନେଇ ଫଳ ପ୍ରକାଶ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

orissaresults.nic.in ୱେବସାଇଟ୍‌ରେ ମାଧ୍ୟମରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ।ତେବେ ରାଜ୍ୟରେ ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ ।

ବୁଧବାର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପଳ ପ୍ରକାଶ ପାଇଥିଲା । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଛି । ଆଗକୁ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ସେହିପରି ହେବ ବୋଲି ଶିକ୍ଷାବିତ୍‌ମାନେ ଆଶା ରଖିଛନ୍ତି ।

Related posts

ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

Odisha Halchal

ବିଦ୍ୟୁତ୍ ବିଭାଗ ଅବହେଳା

Odisha Halchal

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

Odisha Halchal

Leave a Comment