ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜ୍ୟ ବାହାରେ ପ୍ରେମ, ଓଡ଼ିଶାରେ ପ୍ରତାରଣା, ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଯୁବତୀ

ରାଜ୍ୟ ବାହାରେ ପ୍ରେମ, ଓଡ଼ିଶାରେ ପ୍ରତାରଣା, ବସଷ୍ଟାଣ୍ଡରୁ ଉଦ୍ଧାର ହେଲେ ଯୁବତୀ

ରାଜ୍ୟ ବାହାରେ ରହି କାମ କରୁଥିଲେ । ପ୍ରେମର ଆରମ୍ଭରୁ ଏକା ସାଙ୍ଗରେ ରହୁଥିଲେ ଓ ପରେ ବାହାଘରର ପ୍ରତିଶୃତି ମିଳିଥିଲା । ବିବାହ ପାଇଁ ଗାଁକୁ ଆସିଥିଲେ । କିନ୍ତୁ ବିବାହ ନ କରିବା ସହ ନିର୍ଯାତନା ଯୋଗୁଁ ପଳାଇ ଆସି ଯୁବତୀ ଜଣକ ବସଷ୍ଟାଣ୍ଡରେ କାନ୍ଦୁଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବନ୍ତ ଛକ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କ ଘର ଗଂଜାମ ଜିଲ୍ଲାରେ । ସେ ବିଜୟୱାଡାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ଥାନା କୁବେରା ଗାଁର ସଞ୍ଜୟ ଜେନାଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ପରେ ସାଙ୍ଗ ହୋଇ ରହୁଥିଲେ । ବିବାହ ପାଇଁ ଗାଁକୁ ଆସିଥିବା ବେଳେ ବିବାହ ନହେବାରୁ ଯୁବତୀ ବିବାହ ପାଇଁ ଦାବି କରିଥିଲେ । କିନ୍ତୁ ବିବାହ ବଦଳରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା ।

ଯୁବତୀ ସେଠାରୁ ଖସି ଆସି ବସଷ୍ଟାଣ୍ଡରେ କାନ୍ଦୁଥିବା ବେଳେ ଆସିୟାନାର କର୍ମକର୍ତ୍ତା ରିୟାଜ଼ ଅହମଦ ଓ ବିକାଶ ରାଉତ ଖବର ପାଇଁ ଯୁବତୀଙ୍କୁ ଉଦ୍ଧାର କରି ଟାଉନ ଥାନାରେ ପଚରା ଉଚୁରା କରାଯାଇଛି । ପରେ ଯୁବତୀଙ୍କୁ ସୁଧାର ଗୃହକୁ ପଠାଯାଇଥିବା ସୂଚନା ମିଳିଛି ।

Related posts

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

Odisha Halchal

ବଣୁଆ ଘୁଷୁରୀର କଞ୍ଚା ମାଂସ ଜବତ

Odisha Halchal

ପରିଣତ ବୟସରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ୯୫ ବର୍ଷର ବୃଦ୍ଧା: ଭୋଟ ଦେଲେ

Odisha Halchal

Leave a Comment