ଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

ରାଜଧାନୀରୁ ଉଦ୍ଧାର ହେଲା ଆହତ ହରିଣ, ଚିକିତ୍ସା ପାଇଁ ବନ ବିଭାଗକୁ ହସ୍ତାନ୍ତର କଲା ପୋଲିସ୍‌

ରାଜଧାନୀରୁ ଉଦ୍ଧାର ହେଲା ହରିଣ। ଭରତପୁର ଜଙ୍ଗଲରୁ ଆସି ରେଳ ବିହାର ଅଞ୍ଚଳରେ ହୋଇଥିଲା ଆହତ।ଉଦ୍ଧାର କଲେ ସ୍ଥାନୀୟ ସ୍ବେଚ୍ଛାସେବୀ ଏବଂ ପିସିଆର କର୍ମଚାରୀ। ଭରତପୁର ଜଙ୍ଗଲରୁ ପାଣି ଅନ୍ୱେଷଣରେ ପାଚେରୀ ଡେଇଁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ରେଳ ବିହାର ମୁଖ୍ୟ ଫାଟକ ସମ୍ମୁଖରେ ଏକ ବଡ଼ ହରିଣ ଆସି ଆହତ ହୋଇଥିଲା।

ହରିଣର ଆଗ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୁହଁ, ଗୋଡ଼ ଏବଂ ପିଠିରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ସେଠାରେ ଥିବା ଆର୍ପିଏଫ ସିକ୍ୟୁରିଟି ସ୍ବେଚ୍ଛାସେବୀ ଏବଂ ୨୦ ନମ୍ବର ପିସିଆର କର୍ମଚାରୀମାନେ ହରିଣର ପ୍ରାଥମିକ ଚିକିତ୍ସା କରିବା ସହ ବନ ବିଭାଗ କର୍ମଚାରୀଙ୍କୁ ଡାକି ଅଧିକ ଚିକିତ୍ସା ପାଇଁ ଆହତ ହରିଣକୁ ହସ୍ତାନ୍ତର କରିଥିଲେ।

Related posts

ନରଗାଙ୍ଗ କାଜୁ ଜଙ୍ଗଲରେ ନିଆଁ

Odisha Halchal

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Halchal

ଜିଲ୍ଲା ସ୍ତରୀୟ କ୍ଷୁଦ୍ର ଶସ୍ୟ କ୍ରୟ କମିଟିର ବୈଠକ

Odisha Halchal

Leave a Comment