ଅପରାଧଓଡ଼ିଶା ଖବରନ୍ୟୁଜ୍

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

ଲୁଟେରା ଗ୍ୟାଙ୍ଗ୍‌ ଗିରଫ । ପୁରୀର ବିଭିନ୍ନ ସ୍ଥାନରୁ ବାଇକ୍‌ ସହିତ ଟିଭି, କମ୍ୟୁଟର ଆଦି ଲୁଟ୍‌ ଅଭିଯୋଗରେ ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି ତାଳବଣିଆ ଥାନା ପୋଲିସ । ସେମାନଙ୍କ ନିକଟରୁ ବହୁ ସାମଗ୍ରୀ ଜବତ କରିଛି ପୁରୀ ତାଳବଣିଆ ପୋଲିସ ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଖୋର୍ଦ୍ଧା ନିରାଜାରପୁର ମଞ୍ଜରିଆ ପାଟଣାର ମହେଶ୍ୱର ଭୋଇ, ଦଳେଇପୁଟ ଗୁମପାଟଣା ସାହିର ଭୋଳେଶ୍ୱର ବେହେରା , ଭାଲିଆବାଡ଼ିର ହେମନ୍ତ ବେହେରା ଓ ପୁରୀ ଘୋଡ଼ାବଜାର ଅଞ୍ଚଳର ପି. ଚନଡ୍ରେୟା ରେଡ୍ଡିଙ୍କ ସହ ଜଣେ ନାବାଳକ ରହିଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୭ ଟି ବାଇକ, ଚାରୋଟି ମୋବାଇଲ ଫୋନ, ଦୁଇଟି ଟିଭି ସମେତ କମ୍ପୁଟର ଓ କିଛି ବିଦ୍ୟୁତ ତାର ଜବତ କରିଛି।

ସେହିପରି ଗିରଫ ନାବାଳକ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହୋଇଥିବା ବେଳେ ହେମନ୍ତ ଓ ଚନଡ୍ରେୟାଙ୍କୁ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ କରାଯାଇଥିବା ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରା ଓ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Related posts

ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫୦୦ ଟଙ୍କିଆ

Odisha Halchal

ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

Odisha Halchal

କୋଟାକ ସିକୁରିଟି ନାମକ ସଂସ୍ଥା ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗ

Odisha Halchal

Leave a Comment