ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୋର କୁ ଧରିଲେ ବଜାର ଲୋକେ

ଚୋର କୁ ଧରିଲେ ବଜାର ଲୋକେ

କେନ୍ଦ୍ରାପଡ଼ା (ଓଡିଶା ହାଲଚାଲ):-କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିସ ଚଣ୍ଡି ବଜାର ସ୍ଥିତ ଏକ ତେଜରାତି ଦୋକାନ ତାଡି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଚାରି ଜଣ ଚୋର କୁ କାବୁ କରିଛନ୍ତି ବଜାର ଲୋକ।

ଗତକାଲି ବିଳମ୍ବିତ ରାତ୍ରି ତିନିଟା ସମୟରେ ଜଗତ ପୁର ଅଞ୍ଚଳ ରୁ ଚାରିଜଣ ଯୁବକ ଏକ ଟାଟା ମ୍ୟାଜିକ ଯୋଗେ ଆସି ଚଣ୍ଡି ବଜାର ର ରାମଚଣ୍ଡି ଏଣ୍ଟରପ୍ରାଇଜରସ ନାମକ ଏକ ତେଜରାତି ଦୋକାନ ର କବାଟ ତାଡି ଚୋରି କରିବାକୁ ଯୋଜନା କରିଥିଲେ।

କିନ୍ତୁ ସେହି ସମୟରେ ସ୍ଥାନୀୟ ଯୁବକ ମାନେ ଦେଖି ଦେବାପରେ ସଂଗେ ସଂଗେ ଚୋର ମାନଙ୍କୁ କାବୁ କରି ସ୍ଥାନୀୟ ବଜାର କମିଟି କୁ ଖବରଦେଇଥିଲେ। ଚୋର ଚାରି ଜଣ ଙ୍କୁ ଅଟକ ରଖା ଯାଇଥିଲା। ସକାଳେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଚାରି ଜଣ ଚୋର କୁ ଥାନା କୁ ନେବା ସହ ଟାଟା ମ୍ୟାଜିକ ଗାଡି କୁ ଜବତ କରିଛି।

Related posts

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

ମହାକାଳପଡ଼ା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

Odisha Halchal

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

Odisha Halchal

Leave a Comment