ଅପରାଧଓଡ଼ିଶା ଖବରନ୍ୟୁଜ୍

ଜମିବାଡ଼ିକୁ ନେଇ ମହାଭାରତ

ଜମିବାଡ଼ିକୁ ନେଇ ମହାଭାରତ

କେନ୍ଦ୍ରାପଡ଼ା :-ଜମିବାଡ଼ିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍। ଏତଲା ରଖି ଚୁପ୍ ବସିଛି ପୋଲିସ। ଏଭଳି ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଆଶ୍ରମ ବାଲିକୁଦା ଗାଁ ରେ। ଗତ ୧୫ ତାରିଖରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଗଗନ ବିହାରୀ ଦାସ, ତାଙ୍କ ବଡ଼ଭାଇ ଉତ୍ତମ କୁମାର ଦାସ। ଜାଗା ବାଣ୍ଟ ହୋଇନଥିବା ନେଇ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାରୁ ଦୁଇ ପରିବାର ମଧ୍ୟରେ ହୋଇଥିଲା ଗଣ୍ଡଗୋଳ।

ଏଭଳି ଘଟଣାକୁ ନେଇ ଉତ୍ତମ କୁମାର ଦାସ ଥାନାରେ ଅଭିଯୋଗ କରିଥିଲେ। ହେଲେ ଜମିବାଡ଼ି ବିବାଦକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିବା ଅର୍ଡରକୁ ଥାନାରେ ଅବମାନନା କରିବା ନେଇ ମଧ୍ୟ ଅଭିଯୋଗ ହେଇଛି। ପୋଲିସ ସହିତ ଅଭିଯୁକ୍ତଙ୍କ ଲିଙ୍କ୍ ଥିବା ଅଭିଯୋଗ କରିଛନ୍ତି ଉତ୍ତମଙ୍କ ପରିବାର।

ଘଟଣାକୁ ନେଇ ଉତ୍ତମ ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି। ଏନେଇ ଆମେ ଗ୍ରାମର ଭଦ୍ରବ୍ୟକ୍ତି ସହ ଯୋଗାଯୋଗ କରିବାରୁ ସେ କ’ଣ କହୁଛନ୍ତି ଶୁଣନ୍ତୁ। ସେପଟେ ଗଗନ ବିହାରୀ ଦାସଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ପୁଅ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରି କେମିତି ଘର ନିର୍ମାଣ ଚାଲିଛି। ତେବେ କାହା ଚାପରେ ଘର ନିର୍ମାଣ କାର୍ଯ୍ୟ କରୁଥିବା ନେଇ ଉଠିଛି ପ୍ରଶ୍ନ।

Related posts

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ

Odisha Halchal

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

Odisha Halchal

ଦୁଇ ବର୍ଷର ଝିଅକୁ ବଳାତ୍କାର କରିଥିବା ଅଭିଯୋଗରେ ବାପାକୁ ଗିରଫ କଲା ପୋଲିସ

Odisha Halchal

Leave a Comment